Thursday, March 5, 2026
35.6 C
Odisha

    ଫେବ୍ରୁଆରି ୧୩ରେ ହୋଇପାରେ ମୋଦୀ-ଟ୍ରମ୍ପ ଭେଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସାକ୍ଷାତକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏବେ ସେହି ସମୟ ଆସିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରି ୧୩ତାରିଖରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସରେ ଆମେରିକା ଗସ୍ତରେ ଯିବେ ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପାଇଁ ଏକ ରାତ୍ରୀ ଭୋଜନର ମଧ୍ୟ ଆୟୋଜନ କରିପାରନ୍ତି ।ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଫେବ୍ରୁଆରି ୧୨ ତାରିଖ ସନ୍ଧ୍ୟାରେ ୱାଶିଂଟନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ। ସେ ଆମେରିକୀୟ କର୍ପୋରେଟ୍ ନେତା ଏବଂ ସମୁଦାୟ ସହିତ ମଧ୍ୟ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଟ୍ରମ୍ପ ମଧ୍ୟ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରୀରେ ହ୍ୱାଇଟ୍ ହାଉସ୍ ଗସ୍ତ କରିପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ