Monday, February 9, 2026
17.6 C
Odisha

    ଫେବ୍ରୁଆରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଚୀନ୍‍ର ତିଆନଜିନଠାରେ ଅନୁଷ୍ଠିତ ଦ୍ୱାଦଶ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍‍ ୨୦୨୬ରେ କିଟ୍‍ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ଚାମ୍ପିୟନସିପରେ କିଟ୍‍ର ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମୋଟ ତିନିଟି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି । ଏହା ସହିତ ଏହି ମହାଦେଶୀୟ ଇଭେଣ୍ଟରେ କିଟ୍‍ ଖେଳାଳିମାନେ ଭାରତର ମୋଟ ପଦକ ତାଲିକାର ୬୦ ପ୍ରତିଶତ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଆଥଲେଟିକ୍ସ ଫେଡେରେସନ ଦ୍ୱାରା ଘୋଷିତ ୧୭ ଜଣିଆ ଭାରତୀୟ ଦଳରେ ୯ ଜଣ ଖେଳାଳି କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ସାମିଲ ହୋଇଥିଲେ। ଆକଷର୍ଣୀୟ ପ୍ରଦର୍ଶନକାରୀଙ୍କ ମଧ୍ୟରେ ତେଜସ୍ୱିନ ଶଙ୍କର ପୁରୁଷ ହେପ୍ ଟାଥଲନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ମୋଟ ୫୯୯୩ ପଏଣ୍ଟ ସଂଗ୍ରହ କରି ତେଜସ୍ୱିନଏକ ନୂତନ ଜାତୀୟ ଇନ୍‍-ଡୋର ରେକର୍ଡ ସ୍ଥାପନ କରିଥିଲେ। ତାଙ୍କର ଉଲ୍ଲେଖନୀୟ ଅଲରାଉଣ୍ଡ ପ୍ରଦର୍ଶନ ଏସୀୟ ମଞ୍ଚରେ ଭାରତର ଶ୍ରେଷ୍ଠ ମିଳିତ-ଇଭେଣ୍ଟ ଆଥଲେଟଙ୍କ ମଧ୍ୟରୁ ଅନ୍ୟତମ ଭାବରେ ତାଙ୍କର ସ୍ଥିତିକୁ ବଜାୟ ରଖିପାରିଥିଲେ । ଏହି ଚାମ୍ପିୟନ୍‍ସିସପ୍‍ରେ ପୁରୁଷ ସଟ୍ ପୁଟରେ କିଟ୍‍ ଛାତ୍ର ତାଜିନ୍ଦରପାଲ ସିଂହ ତୁର ରୌପ୍ୟ ପଦକ ହାସଲ କରିଥିଲେ। ୨୦.୦୫ ମିଟର ଥ୍ରୋ କରି ତାଜିନ୍ଦରପାଲ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଥିଲେ। ସେହିପରି ମହିଳା ବର୍ଗରେ ଆନ୍ସି ସୋଜାନ୍ ଏଡାପିଲି ମହିଳା ଲମ୍ବ ଡିଆଁରେ ୬.୨୧ ମିଟର ଡେଇଁ କାଂସ୍ୟ ପଦକ ହାସଲ କରି ଦେଶ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି । ସାମଗ୍ରିକ ଭାବରେ ଚାମ୍ପିୟନସିପରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ମୋଟ ପାଞ୍ଚଟି ପଦକ ହାସଲ କରି ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଏହି ପାଞ୍ଚଟି ପଦକ ମଧ୍ୟରୁ ୩ଟି ପଦକ କେବଳ କିଟ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଜିତିଛନ୍ତି। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପଦକ ବିଜେତା ଓ ସମଗ୍ର ଭାରତୀୟଦଳକୁ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡ଼ାବିତମାନେ ସମର୍ପଣ, ଶୃଙ୍ଖଳା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଡ. ସାମନ୍ତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି ସଫଳତା ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଓ ସାମଗ୍ରିକ ସହାୟତା ବ୍ୟବସ୍ଥା ଜରିଆରେ କ୍ରୀଡ଼ା ଉତ୍କର୍ଷତାକୁ ପୋଷଣ କରିବା ପାଇଁ କିଟ୍‍ ସର୍ବଦା ପ୍ରୟାସ କରିଆସିଛି ବୋଲି ଡ. ସାମନ୍ତ ପ୍ରକାଶ କରିଛନ୍ତି।

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା।  ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠାଯାଇଛି। ଆଜି ଜନ ଶୁଣାଣି ବେଳେ ୫ ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ଭାବେ ୩୨ ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ ।

    ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି। ପାଟଣାଗଡ଼ରୁ ଆସିଥିବା କିଡନୀ ଓ ସ୍ନାୟୁ ରୋଗୀ ତିଳୋତ୍ତମା ପାଣ୍ଡେଙ୍କ ଚିକିତ୍ସା ଓ ଯିବା ଆସିବା ଖର୍ଚ୍ଚ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ୧୬ ଟି ଅଭିଯୋଗ ଶୁଣାଣିରେ ୧୪ ହଜାର ଅଭିଯୋଗରୁ ୧୩,୧୬୯ଟି ର ସମାଧାନ କରାଯାଇଛି ।  ଯାହା ପ୍ରାୟ ୯୪ ପ୍ରତିଶତ ହେବ। କିଛି ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରେ ଅନେକ ଅଭିଯୋଗର ସମାଧାନ ହେଉଛି ।  ଯେଉଁ ଗୁଡ଼ିକ ଗୁରୁତର ରହିଛି ରାଜ୍ୟ ସ୍ତରକୁ ଆସୁଛି ।  ଯାହା ନିୟମ ପରିସର ଭିତରେ ଆସିବ ତାର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.6 ° C
    17.6 °
    17.6 °
    33 %
    2kmh
    1 %
    Mon
    18 °
    Tue
    31 °
    Wed
    32 °
    Thu
    33 °
    Fri
    34 °

    ସମ୍ବନ୍ଧିତ