Saturday, April 4, 2026
38.1 C
Odisha

    ଫ୍ୟାଟି-ଲିଭର ଏବଂ କ୍ୟାନ୍ସରର ମୁଖ୍ୟ କାରଣ ଏହି ସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ଦୀର୍ଘ ସମୟ ଧରି ଅଧିକ ଫ୍ୟାଟ୍ ଯୁକ୍ତ ଖାଦ୍ୟ ଖାଇବା କେବଳ ମୋଟାପଣ ବୃଦ୍ଧି କରେନାହିଁ ବରଂ ଲିଭର କ୍ୟାନ୍ସର ପରି ଘାତକ ରୋଗର ସମସ୍ୟା ମଧ୍ୟ ଉପଯାଏ । MIT ଏବଂ Harvard ସଂଲଗ୍ନ ବୈଜ୍ଞାନିକଙ୍କ ଏକ ନୂତନ ଗବେଷଣାରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

    ଗବେଷଣା ଅନୁସାରେ, ପ୍ରୋସେସ୍ଡ ଏବଂ ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟରେ ଥିବା ଅନହେଲଦି ଫ୍ୟାଟ୍ ଦୀର୍ଘ ସମୟ ଧରି ଲିଭର ଉପରେ ଚାପ ସୃଷ୍ଟି କରେ। ଏହା ଫଳରେ ଲିଭର ‘Survival Mode’କୁ ପ୍ରବେଶ କରିଯାଏ, ଯେଉଁଠାରେ ସେ ରକ୍ତ ସଫା କରିବା, ବିଷାକ୍ତ ପଦାର୍ଥ ବାହାର କରିବା ଓ ଆବଶ୍ୟକ ପ୍ରୋଟିନ୍–ଏଞ୍ଜାଇମ୍ ତିଆରି କରିବା ଭଳି ମୂଳ କାର୍ଯ୍ୟକୁ ଅଣଦେଖା କରିଦିଏ।

    ୧୦-୧୫ବର୍ଷ ପୂର୍ବରୁ ମିଳେ କ୍ୟାନ୍ସର ସଙ୍କେତ:ବୈଜ୍ଞାନିକମାନେ କହିଛନ୍ତି, ଏହି ସର୍ଭାଇଭାଲ୍ ମୋଡ୍‌ରେ ଥିବା ପରିବେଶ କ୍ୟାନ୍ସର ସେଲ୍ ବିକାଶ ପାଇଁ ଅନୁକୂଳ ହୋଇଯାଏ। ଟ୍ୟୁମରକୁ ରୋକୁଥିବା ଜିନ୍‌ଗୁଡିକ ନିଷ୍କ୍ରିୟ ହେବା ଆରମ୍ଭ କରେ ଏବଂ ଶରୀରର ସେହି ସଫା ପ୍ରଣାଳୀ ମଧ୍ୟ ଦୁର୍ବଳ ପଡ଼ିଯାଏ, ଯାହା ଖରାପ କିମ୍ବା ମୃତ କୋଷକୁ ନଷ୍ଟ କରେ। ଏହାର ପରିଣାମ ସ୍ୱରୂପ କ୍ୟାନ୍ସର ଟ୍ୟୁମର ତିଆରି ହେବାରୁ ୧୦-୧୫ ବର୍ଷ ପୂର୍ବରୁ ହିଁ ସଙ୍କେତ ଦେଇଥାଏ ।

    ମୂଷାଙ୍କ ଉପରେ ହୋଇଥିବା ଷ୍ଟଡି:ଗବେଷଣାରେ ମୂଷାମାନଙ୍କୁ ନେଇ ରିଅଲ୍-ଟାଇମ୍ ଷ୍ଟଡି କରାଯାଇଥିଲା। ମାତ୍ର ୬ ମାସ ହାଇ-ଫ୍ୟାଟ୍ ଡାଏଟ୍ ପରେ ଲିଭର ସେଲ୍‌ରେ କ୍ୟାନ୍ସର ସଂପୃକ୍ତ ଜିନ୍‌ଗୁଡିକ ସକ୍ରିୟ ହୋଇଯାଇଥିଲା। ଏହାକୁ ବୈଜ୍ଞାନିକମାନେ ଏକ ବିପଜ୍ଜନକ ‘Ready State’ ବୋଲି ବର୍ଣ୍ଣନା କରିଛନ୍ତି।

    କେଉଁମାନେ ଅଧିକ ସତର୍କ ହେବା ଦରକାର:ବୈଜ୍ଞାନିକଙ୍କ ମତରେ, ଲିଭର କ୍ୟାନ୍ସର ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣ ବିନା ହିଁ ବଢ଼ିଥାଏ। ପରେ ଓଜନ କମିବା, ଭୋକ ନ ଲାଗିବା, ପେଟର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା, ପିଲିଆ, ଥକାପଣ ଏବଂ ପେଟ ଫୁଲିବା ଭଳି ଲକ୍ଷଣ ଦେଖାଯାଏ।

    ଫ୍ୟାଟି ଲିଭର, ହେପାଟାଇଟିସ୍ କିମ୍ବା ସିରୋସିସ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ନିୟମିତ ମେଡିକାଲ୍ ଚେକଅପ୍ ଅତ୍ୟନ୍ତ ଜରୁରୀ ବୋଲି ଗବେଷକମାନେ ସତର୍କ କରିଛନ୍ତି। ଏହି ଅଧ୍ୟୟନ ପ୍ରସିଦ୍ଧ ମେଡିକାଲ୍ ଜର୍ନାଲ୍ ସେଲ୍ ରେ ପ୍ରକାଶିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ