ଭୁବନେଶ୍ୱର : ୫ ଦିନ ପରେ ଲଘୁଚାପ ! । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ୧୩ ଏବଂ ୧୪ ତାରିଖ ଆଡକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହାର ପରବର୍ତ୍ତୀ ଘନୀଭୂତ ହେବା ଏବଂ ଗତିପଥ ସମ୍ପର୍କରେ କୌଣସି ସ୍ପଷ୍ଟତା ନଥିବା କହିଛି ପାଣିପାଗ ବିଭାଗ । ଅନ୍ୟପଟେ ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା । ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗାମୀ ୩-୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ବିଦାୟ ପାଇଁ ପାଗ ଅନୁକୂଳ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇପାରେ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ଏହି ସମୟ ସୁଦ୍ଧା ମୌସୁମୀ ଫେରିଯାଇଥାଏ। ଏଥର ମୌସୁମୀ ଋତୁରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି ।
