Monday, February 24, 2025
17.8 C
Odisha

    ବଜେଟ୍ ଅଧିବେଶ ବେଳେ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ବାଚସ୍ପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଗକୁ ବଜେଟ୍ ଅଧିବେଶନ। ତା ପୂର୍ବରୁ ଜୋର ଧରିଲାଣି ବୟାନବାଜି । ବିରୋଧୀଙ୍କୁ ତାଗିଦ୍ କଲେ ବାଚସ୍ପତି। ଗଠନ ମୂଳକ ଆଲୋଚନା କର। ବିଶୃଙ୍ଖଳିତ ଆଚରଣ କଲେ ହେବ କାର୍ଯ୍ୟାନୁଷ୍ଠାନ। ସେପଟେ ବାଚସ୍ପତିଙ୍କ ବୟାନକୁ ହାସ୍ୟାସ୍ପଦ ବୋଲି କହିଲେ ବିରୋଧୀ ଦଳ ଉପମୁଖ୍ୟସଚେତକ ପ୍ରତାପ ଦେବ। ବାଚସ୍ପତି ହେଉଛନ୍ତି ଗୃହର ମାଲିକ । କିଭଳି ଗୃହକୁ ପରିଚାଳନା କରିବେ ସେ ଦାୟିତ୍ବ ତାଙ୍କର ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।  ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀଙ୍କ ସ୍ୱର ଚପାଇବା ପାଇଁ ବାଚସ୍ପତିଙ୍କ ଉଦ୍ୟମ । ନାଲି ଆଖି ଦେଖେଇଲେ ଚଳିବ ନାହିଁ । ବିରୋଧୀଙ୍କ ସ୍ୱର ବନ୍ଦ ହେବ ନାହିଁ।

    ଫେବ୍ରୁଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ୧୪ ଓ ୧୫ ଦୁଇ ଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ । ଏଥର ୨୮ ଦିନ ରହିବ କାର୍ୟ୍ୟଦିବସ । ୧୭ ତାରିଖରେ ଆଗତ ହେଵ ବଜେଟ । ୨୦ ଓ ୨୧ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ରହିଛି । ମାର୍ଚ୍ଚ ୭ରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.8 ° C
    17.8 °
    17.8 °
    33 %
    1.1kmh
    0 %
    Mon
    33 °
    Tue
    34 °
    Wed
    35 °
    Thu
    36 °
    Fri
    37 °

    ସମ୍ବନ୍ଧିତ