Wednesday, October 14, 2026
26.2 C
Odisha

    ୯ ବର୍ଷର ନାବାଳିକା କରିବେ ବିବାହ: ଇରାକରେ ଝିଅଙ୍କ ବିବାହ ବୟସ ହ୍ରାସ ସଂଶୋଧିତ ବିଲ୍‌କୁ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ବାଗଦାଦ: ଇରାକର ସଂସଦ ଏକ ବିବାଦୀୟ ସଂଶୋଧିତ ବିଲ୍ ଅନୁମୋଦନ କରିଛି । ଏହି ବିଲ୍  ଇସଲାମ ଦେଶରେ ବାଲ୍ୟବିବାହକୁ ଆଇନଗତ କରିଛି। ଦଶନ୍ଧି ପୁରୁଣା ଆଇନରେ ସଂଶୋଧନ କରିବା ପରେ, ୯ ବର୍ଷରୁ କମ୍ ବାଳିକାମାନେ ବର୍ତ୍ତମାନ ବିବାହ କରିପାରିବେ ବୋଲି ବିଲ୍‌ରେ ଉଲ୍ଲେଖ କରାଯାଇଛି।

    ଇରାକ ସଂସଦର ୱେବସାଇଟରେ ଦର୍ଶାଯାଇଛି ଯେ, ଏହା ‘ବ୍ୟକ୍ତିଗତ ସ୍ଥିତି ଆଇନରେ ସଂଶୋଧନ ପ୍ରସ୍ତାବ’ ତଥା ‘କ୍ଷମା ପ୍ରାର୍ଥନା ଆଇନର ଦ୍ୱିତୀୟ ସଂଶୋଧନ’ ଗ୍ରହଣ କରିଛି। ମହିଳା ଅଧିକାର ଗୋଷ୍ଠୀ ଏହି ଆଇନର ପାରିତ ହେବାକୁ  ଭୟଙ୍କର ବୋଲି  କହିଛନ୍ତି। ଏହା ଶିଶୁ ବଳାତ୍କାରକୁ ଆଇନଗତ କରିବ ବୋଲି ସେମାନେ କହିଛନ୍ତି।

    ଇରାକରେ ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ପୂର୍ବରୁ ୧୮ ବର୍ଷ  ଥିଲା। କିନ୍ତୁ ନୂତନ ସଂଶୋଧନ ଧର୍ମଗୁରୁମାନଙ୍କୁ ବିବାହ, ଛାଡପତ୍ର ଏବଂ ଶିଶୁ ଯତ୍ନ ସମେତ ପାରିବାରିକ ବିଷୟ ଉପରେ ନିଷ୍ପତ୍ତି ନେବାର ଅଧିକାର ଦେଇଛି।

    ଏହି ଆଇନର ଅନ୍ୟତମ ବିରୋଧୀ ଓକିଲ ମହମ୍ମଦ ଜୁମା କହିଛନ୍ତି ଯେ, ଆମେ ଇରାକରେ ମହିଳା ଏବଂ ଶିଶୁ ଅଧିକାରର ଶେଷରେ ପହଞ୍ଚିଛୁ। ଇରାକର ସାମ୍ବାଦିକ ସାଜା ହାସିମ କହିଛନ୍ତି, ଧର୍ମଶାସ୍ତ୍ରୀମାନେ ମହିଳାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ମୁଁ ଜଣେ ମହିଳା ଭାବରେ ମୋ ଜୀବନରେ ଆସୁଥିବା ଏଭଳି ସମସ୍ତ ସ୍ଥିତିକୁ ଭୟ କରେ।ଏହି ରିପୋର୍ଟରେ ସ୍ବାଧୀନ ସାଂସଦ ସାଜଜାଦ ସଲିମ କହିଛନ୍ତି, ଇରାକ ରାଜ୍ୟ ଏପରି ଅବନତି ଏବଂ ଅପବିତ୍ରତା କେବେ ଦେଖି ନାହିଁ ଯାହା ଆଜି ଇରାକର ଗୌରବ ଓ  ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ଇରାକରେ ବାଲ୍ୟ ବିବାହ  ଦୀର୍ଘ ଦିନ ଧରି ରହିଆସିଛି।୨୦୨୩ ମସିହାରେ ମିଳିତ ଜାତିସଂଘର ଏକ ସର୍ଭେରୁ ଜଣାପଡିଛି ଯେ, ଦେଶର ୨୮ପ୍ରତିଶତ ବାଳିକା ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିଥାନ୍ତି।  ଝିଅମାନଙ୍କୁ ଦାରିଦ୍ର୍ୟରୁ ରକ୍ଷା ପାଇବା ପାଇଁ ଏକ ସୁଯୋଗ ଭାବରେ ଏଭଳି ବିବାହ ପ୍ରସ୍ତାବ ପାରିତ କରାଯାଇଛି । ଅନେକ ବାଲ୍ୟ  ବିବାହ ବିଫଳ ହୋଇଥାଏ। ଫଳରେ ଯୁବତୀମାନଙ୍କୁ ଆଜୀବନ ପରିଣାମ ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ