Saturday, March 7, 2026
19.3 C
Odisha

    ବଜେଟ୍ ପୂର୍ବରୁ ଖୁସି ଖବର: କମିଲା ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା କମିଲା…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କମିଲା ଗ୍ୟାସ ଦର । ବଜେଟ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ୭ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର । ତେବେ ଅନ୍ଦାଜ ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି । ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି ।

    ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି । ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।

    ସେପଟେ ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ସେ ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ଏଥିସହ ନିର୍ମଳାଙ୍କ ପେଡି ଉପରେ ନଜର ରହିଛି । ନିର୍ମଳା ଏଥର ଜନସାଧାରଣଙ୍କୁ ଖୁସି କରାଉଛନ୍ତି କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ