Monday, July 21, 2025
24.2 C
Odisha

    ବଜେଟ୍ ପୂର୍ବରୁ ଖୁସି ଖବର: କମିଲା ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା କମିଲା…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କମିଲା ଗ୍ୟାସ ଦର । ବଜେଟ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ୭ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର । ତେବେ ଅନ୍ଦାଜ ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି । ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି ।

    ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି । ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।

    ସେପଟେ ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ସେ ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ଏଥିସହ ନିର୍ମଳାଙ୍କ ପେଡି ଉପରେ ନଜର ରହିଛି । ନିର୍ମଳା ଏଥର ଜନସାଧାରଣଙ୍କୁ ଖୁସି କରାଉଛନ୍ତି କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    94 %
    0.9kmh
    100 %
    Mon
    32 °
    Tue
    33 °
    Wed
    32 °
    Thu
    29 °
    Fri
    23 °

    ସମ୍ବନ୍ଧିତ