Sunday, October 25, 2026
21.4 C
Odisha

    ବଜେଟ୍ ପୂର୍ବରୁ ଖୁସି ଖବର: କମିଲା ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା କମିଲା…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କମିଲା ଗ୍ୟାସ ଦର । ବଜେଟ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ୭ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର । ତେବେ ଅନ୍ଦାଜ ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି । ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି ।

    ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି । ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।

    ସେପଟେ ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ସେ ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ଏଥିସହ ନିର୍ମଳାଙ୍କ ପେଡି ଉପରେ ନଜର ରହିଛି । ନିର୍ମଳା ଏଥର ଜନସାଧାରଣଙ୍କୁ ଖୁସି କରାଉଛନ୍ତି କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    63 %
    0.8kmh
    1 %
    Sun
    28 °
    Mon
    28 °
    Tue
    30 °
    Wed
    28 °
    Thu
    24 °

    ସମ୍ବନ୍ଧିତ