Sunday, October 4, 2026
30.6 C
Odisha

    ବଜେଟ୍‌ ପୂର୍ବରୁ ବଢ଼ିଲା ସୁନା ଓ ରୁପା ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଆଜି ବଜେଟ୍‌ ଉପସ୍ଥାପନ ପୂର୍ବରୁ ସୁନା ଦର ବୃଦ୍ଧି ପାଇଛି। ଏଥର ପୁରୁଣା ସମସ୍ତ ରେକର୍ଡ ଭଙ୍ଗ କରି ଦର ବଢ଼ିଛି। ୨୪ କ୍ୟାରେଟ୍‌ ସୁନାର ଦର ୮୪ ହଜାର ୫୦୦ ୧୩ ଟଙ୍କାରେ ପହଞ୍ଚିଛି। ଭାରତୀୟମାନଙ୍କର ସୁନା କିଣାକୁ ନେଇ ବିଶେଷ ସଉକ ରହିଥିବା ବେଳେ ବର୍ଦ୍ଧିତ ସୁନା ଦର ଏବେ ସଭିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

    ସେହିପରି ରୁପା କେଜିର ଦାମ ରହିଛି ୧ ଲକ୍ଷ ୨ ହଜାର ୭୦୦ ଟଙ୍କା। ବଜେଟ୍‌ ପୂର୍ବରୁ ସୁନା ଓ ରୁପା ବଜାରରେ ନିଆଁ ଲାଗିଛ। ଆମାଗୀ ଦିନରେ ଦର ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ବଜେଟ୍‌ରେ ସୁନା ଦର ବଢ଼ିବ ବୋଲି ପୂର୍ବରୁ ଆକଳନ କରାଯାଉଥିବା ବେଳେ ‌ତାହା ଏବେ ସତରେ ପରିଣତ ହୋଇଛି। ଆଗାମୀ ଦିନରେ ସୁନା ଦର ୧ ଲକ୍ଷ ଟଙ୍କା ଛୁଇଁବ ବୋଲି ଅନୁମାନ କରାଯାଉଛି।

    ସଂସଦରେ ବହୁ ପ୍ରତୀକ୍ଷିତ ବଜେଟ୍ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ-୨୦୨୫ ଉପସ୍ଥାପନ କରିଥିଲେ। ଆଜି ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସୁଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହୋଇଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ