Wednesday, May 8, 2024
37.2 C
Odisha

    ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀମାନଙ୍କ ଦୈନିକ ପାରିଶ୍ରମିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ । ସମୁଦାୟ ୫୦୦ ଟଙ୍କା ପାଇବେ।
    ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀ ମାନଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

    ସୂଚନାଯୋଗ୍ୟ ଯେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ‘ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ବ ଓ ସ୍ବଚ୍ଛତା ସମିତି’ରେ କାମ କରୁଥିବା ଏହି ସାଧନ କର୍ମୀମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଯଥା – ମନରେଗା, ପକ୍କା ଘର, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଭଳି ଅନେକ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା (Social Audit) କରି ସ୍ବଚ୍ଛତା ରକ୍ଷା କରିବାରେ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଥିରେ ମିଶନ ଶକ୍ତି ମା ମାନେ ବହୁ ସଂଖ୍ୟାରେ ନିୟୋଜିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    30 %
    2.4kmh
    8 %
    Wed
    38 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ