Sunday, May 10, 2026
24.2 C
Odisha

    ବଦଳିଗଲା ବାତ୍ୟାର ମୋଡ଼, ବର୍ତ୍ତିଗଲା ଓଡ଼ିଶା: ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି ଓ କୋରାପୁଟକୁ ରେଡ୍ ୱାର୍ଣ୍ଣିଂ

    ଆଗକୁ ପଢନ୍ତୁ

     

    ‘ମୋନ୍ଥା’ ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଭୋର୍ ସମୟରେ ଦକ୍ଷିଣ ଓଡ଼ିଶା ପାଖ ଦେଇ ଛତିଶଗଡ଼ମୁହାଁ ହେବ । ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏପଟେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ତିନି ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଏବଂ ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଓ ଚାନ୍ଦବାଲି ବନ୍ଦରରେ ଦୁଇ ନମ୍ବର ଦୂରବର୍ତ୍ତୀ ସତର୍କତା ଜାରି କରାଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    71 %
    5.5kmh
    58 %
    Sun
    30 °
    Mon
    38 °
    Tue
    38 °
    Wed
    41 °
    Thu
    42 °

    ସମ୍ବନ୍ଧିତ