Saturday, April 11, 2026
30.4 C
Odisha

    ବଦଳିବ ଓଟିପି ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସାଇବର ଠକେଇ ଓ ସ୍ପାମ୍‌ କଲ୍‌କୁ ରୋକିବାକୁ ନୂଆ ନିୟମ ଲାଗୁକରାଯାଉଛି । ଟ୍ରାଇ ଦ୍ୱାରା ଲାଗୁ କରାଯାଉଥିବା ଏହି ନିୟମର ନାମ ମେସେଜ ଟ୍ରେସେବିଲଟି (message traceability)।
    ଓଟିପି ସହ ଜଡିତ ନିୟମ ଓ ଏହି ନୂଆ ନିୟମ ଆଗାମୀ ଦିନରେ ଲାଗୁ ହେବାକୁ ଯାଉଛି। ଏହାକୁ ନେଇ ଅଗଷ୍ଟ ୨୮ରେ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଡିସେମ୍ବର ୧ରେ ଏହାକୁ ଲାଗୁ କରାଯିବାକୁ ଥିବା ବେଳେ ଏହାକୁ ଆଗକୁ ବୃଦ୍ଧି କରାଯାଇଛି।ଟ୍ରାଇ ନିଜର ଅଫିସିଆଲ୍‌ ୱେବସାଇଟ୍‌ରେ ୩୦ ନଭେମ୍ବର ୨୦୨୪ରେ ଜାରି କରିଥିବା ଅଫିସିଆଲ୍‌ ନୋଟିଫିକେସନ୍‌ ଅନୁଯାୟୀ, ଏହି ମେସେଜ ଟେସେବିଲିଟିର ନିୟମ ଡିସେମ୍ବର ୧୧ ତାରିଖରୁ ଲାଗୁ କରାଯିବ ।
    ୧୧ ଡିସେମ୍ବର ୨୦୨୪ରୁ ଯେକୌଣସି ମେସେଜ୍‌, ଯାହା ଟେଲିମାର୍କେଟର୍ସର ସିରିଜ୍‌ ନୁହେଁ କିମ୍ବା ସେହି ମେସେଜ୍‌ ପୂର୍ବ ନିର୍ଦ୍ଧାରିତ ସିରିଜ୍‌ ସହ ମେଳ ଖାଉ ନାହିଁ, ତେବେ ତାହା ଗ୍ରହଣୀୟ ହେବ ନାହିଁ ।ବିଭିନ୍ନ ସଂସ୍ଥା ଓ ଟେଲି ମାର୍କେଟର୍ସକୁ ପରାମର୍ଶ ଦିଆଯାଇଛି ଯେ, ପ୍ରାଥମିକତା ଅନୁଯାୟୀ, ନମ୍ବର ସିରିଜ୍‌ର ଘୋଷଣାରେ ଦ୍ରୁତ ଗତିରେ ବୃଦ୍ଧି କରାଯାଉ ।ଅନେକ ସାଇବର ଠକ ଠକେଇ କରିବା ପାଇଁ ନିଜକୁ ବ୍ୟାଙ୍କର ଅଧିକାରୀ ସହ ଟେଲିମାର୍କେଟର୍ସ କହିଥାଆନ୍ତି । ଏହାପରେ ନକଲି ଓଟିପି, ଲିଙ୍କ୍‌ ପଠାଇ ଠକେଇ କରି ଥାଆନ୍ତି।ଏହାସହ ନକଲି ମେସେଜ ମଧ୍ୟ ପଠାଇବା ସହ ଭିନ୍ନ ଭିନ୍ନ ଶୈଳୀ ଆପଣାଇ ଥାଆନ୍ତି। ତେଣୁ ନୂଆ ନିୟମ ଲାଗୁ ହେବା ପରେ ଏସବୁ ଠକେଇ ଉପରେ ରୋକ୍‌ ଲଗାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ