ଖବରଦେଶ-ବିଦେଶ ବଦଳିବ PMO ର ଠିକଣା, ପବିତ୍ର ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର By Hemant January 13, 2026 6 0 ଆଗକୁ ପଢନ୍ତୁ ଡମ୍ପର ଧକ୍କାରେ ବାଇକ୍ ଆରୋହୀ ମୃତ ଉଛୁଳିଲା ସେୟାର ମାର୍କେଟ, ପ୍ରାୟ ୨୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ ଅଭିନେତ୍ରୀ ଜରିନ୍ ଖାନ୍ଙ୍କ ମାଆଙ୍କ ଦେହାନ୍ତ ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ Hemant ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି । ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି । ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧ । ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ । ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧ହଜାର ୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ । Continue Reading ଖବରଦେଶ-ବିଦେଶ Tagschange PMOnational Share FacebookTwitterPinterestWhatsApp Previous articleଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫Next articleଭଙ୍ଗାଯିବ ନ ତାଲା, ସେଚ ସଦନ ଓ ରାଜୀବ ଭବନ : ପୂର୍ତ୍ତମନ୍ତ୍ରୀ ଅନ୍ୟାନ୍ୟ ଖବର ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇ ଠକ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ, ୪ଟି ଦଫାରେ ୫ବର୍ଷ ଜେଲ ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର ମେ ‘ ୫ରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ ପାଣିପାଗ Odisha scattered clouds enter location 24.8 ° C 24.8 ° 24.8 ° 69 % 0.8kmh 36 % Thu 37 ° Fri 37 ° Sat 39 ° Sun 42 ° Mon 41 ° ସମ୍ବନ୍ଧିତ ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇ ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର ସମୁଦ୍ରକୁ ଚ୍ୟାଲେଞ୍ଜ୍ ଦେବେ କୁନି ପହଁରାଳି: ଶ୍ରୀଲଙ୍କାରୁ ପହଁରି ଭାରତ ଆସିବେ ଅଭିନେତ୍ରୀ ଜରିନ୍ ଖାନ୍ଙ୍କ ମାଆଙ୍କ ଦେହାନ୍ତ
ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ ।