ଖବରଦେଶ-ବିଦେଶ ବଦଳିବ PMO ର ଠିକଣା, ପବିତ୍ର ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର By Hemant January 13, 2026 2 0 ଆଗକୁ ପଢନ୍ତୁ ଜିମ୍ ଯିବାକୁ ଭାବିବା ପୂର୍ବରୁ ଜାଣନ୍ତୁ ଏହି କଥା, ଘରେ ରହି ଚୁଟକିରେ କମାନ୍ତୁ ଓଜନ ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଅପରାଜିତା ମହାନ୍ତି ଆମ୍ବୁଲାନ୍ସ ଧକ୍କା: ମହିଳା ମୃତ, ୨ ଗୁରୁତର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଖଣ୍ଡଳମଣି ବସଷ୍ଟାଣ୍ଡ ଉଦଘାଟିତ Hemant ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି । ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି । ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧ । ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ । ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧ହଜାର ୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ । Continue Reading ଖବରଦେଶ-ବିଦେଶ Tagschange PMOnational Share FacebookTwitterPinterestWhatsApp Previous articleଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫ ଅନ୍ୟାନ୍ୟ ଖବର ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫ ଚିଲିକା ହ୍ରଦର ସାମଗ୍ରିକ ବିକାଶ ନେଇ ବଡ ବୈଠକ, ଜୈବ ବିବିଧତାର ସୁରକ୍ଷା ନେବା ପାଇଁ ସିଏମଙ୍କ ନିର୍ଦ୍ଦେଶ ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଅପରାଜିତା ମହାନ୍ତି ଆମ୍ବୁଲାନ୍ସ ଧକ୍କା: ମହିଳା ମୃତ, ୨ ଗୁରୁତର ୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ପାଣିପାଗ Odisha clear sky enter location 27.1 ° C 27.1 ° 27.1 ° 21 % 4.2kmh 0 % Tue 25 ° Wed 28 ° Thu 29 ° Fri 29 ° Sat 30 ° ସମ୍ବନ୍ଧିତ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫ ଚିଲିକା ହ୍ରଦର ସାମଗ୍ରିକ ବିକାଶ ନେଇ ବଡ ବୈଠକ, ଜୈବ ବିବିଧତାର ସୁରକ୍ଷା ନେବା ପାଇଁ ସିଏମଙ୍କ ନିର୍ଦ୍ଦେଶ ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଅପରାଜିତା ମହାନ୍ତି ୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ
ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ ।