Friday, October 18, 2024
25 C
Odisha

    ବଦଳିଲା ବିଭିନ୍ନ ଯୋଜନାର ନାଁ: ‘କାଳିଆ’ ହେଲା ‘ସିଏମ କିଷାନ’, ‘ଆହାର’ ହେଲା ‘ଶ୍ରୀ ଅନ୍ନ’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ। ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ଏହି ବଜେଟରେ ଅନେକ ଯୋଜନାର ନାଁ ବଦଳେଇଛନ୍ତି ସରକାର । ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର।

    ବଦଳିଗଲା ବିଏସକେୱାଇ ନାଁ
    ନାଁ ବଦଳି ହେଲା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା

    -ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି।
    ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା

    ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି
    ବଦଳିଗଲା କାଳିଆ ଯୋଜନାର ନାଁ

    -କାଳିଆ ହେଲା ସିଏମ କିଷାନ

    -ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି

    -ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି

    ଆହାର- ଶ୍ରୀ ଅନ୍ନ ଯୋଜନା

    -ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି

    ବଦଳିଲା ମୋ ସ୍କୁଲ ଯୋଜନାର ନାଁ

    -ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ

    -ନୂଆ ଯୋଜନା ପାଇଁ ୩୨୨ କୋଟି ଟଙ୍କା

    ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା

    ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା

    ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବ୍ୟୟବରାଦ

    ମେକ୍ ଇନ୍ ଓଡ଼ିଶା- ଉତ୍କର୍ଷ ଉତ୍କଳ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ