Wednesday, February 11, 2026
30.7 C
Odisha

    ବଦଳିଲା CBSE ଦ୍ୱାଦଶ ପରୀକ୍ଷାର ଖାତା ଯାଞ୍ଚ ପଦ୍ଧତି, ଏବେ ହେବ ଡିଜିଟାଲ୍ ମାର୍କିଂ

    ଆଗକୁ ପଢନ୍ତୁ

    କଟକ : CBSE ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ବୋର୍ଡ ପରୀକ୍ଷାରେ ବଦଳିଗଲା ଖାତା ଯାଞ୍ଚ ପଦ୍ଧତି ।  ଏବେ ହେବ ଡିଜିଟାଲ୍ ମାର୍କିଂ । CBSE ଦ୍ୱାଦଶ ପରୀକ୍ଷା ଖାତା ଏବେ କଂପ୍ୟୁଟରରେ ଯାଞ୍ଚ ହେବ । ୨୦୨୬ରୁ ଲାଗୁ ହେବ ନୂଆ ‘ଡିଜିଟାଲ୍’ ନିୟମ । ଫଳରେ ଖାତା ଦେଖାରେ ଭୁଲ୍ ହେବନି । ଆସନ୍ତା ୧୭ରୁ ଆରମ୍ଭ ହେବାକୁ ଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ‘ଅନ୍-ସ୍କ୍ରିନ୍ ମାର୍କିଂ’ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଶିକ୍ଷକମାନେ ଆଉ ହାତରେ ଖାତା ନଦେଖି COMPUTER ସ୍କ୍ରିନ୍ ରେ ଡିଜିଟାଲ୍ ମୋଡ୍ ରେ ଖାତା ଯାଞ୍ଚ କରିବେ । ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ହାତଲେଖା କାଗଜ ଖାତାକୁ ସ୍କାନ୍ କରାଯାଇ COMPUTER କୁ ଅପଲୋଡ୍ କରାଯିବ। ଶିକ୍ଷକମାନେ COMPUTER ରେ ସ୍କାନ୍ ଫଟୋକୁ ଦେଖିବେ ।

    CBSE ର ସ୍ୱତନ୍ତ୍ର ପୋର୍ଟାଲ୍ ଜରିଆରେ ସେଠାରେ ହିଁ ମାର୍କ ଦେବେ । ଏହା ଫଳରେ COMPUTER ମାକିଂ କରିବ । ଗଣନାରେ କୌଣସି ଭୁଲ୍ ହେବାର ସମ୍ଭାବନା ରହିବ ନାହିଁ । ଡିଜିଟାଲ୍ ପ୍ରକ୍ରିୟା ଯୋଗୁଁ ଖାତା ଯାଞ୍ଚ କାମ ଶୀଘ୍ର ସରିବ । ଠିକ୍ ସମୟରେ ଫଳ ପ୍ରକାଶ ପାଇବ । ଖାତା ଯାଞ୍ଚ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସଠିକ୍ ହେବ । ବାରମ୍ବାର ‘ଖାତା ରି-ଚେକିଂ’ କରିବାର ଆବଶ୍ୟକତା କମିଯିବ । କାଗଜପତ୍ରର ଅଦଳବଦଳ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖାତା ପଠାଇବା କଷ୍ଟ କମିବ । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।

    ସେମାନେ ପୂର୍ବଭଳି କେନ୍ଦ୍ରକୁ ଯାଇ କଲମ ଓ କାଗଜରେ ହିଁ ପରୀକ୍ଷା ଦେବେ । କେବଳ ପରୀକ୍ଷା ପରେ ଖାତା ଯାଞ୍ଚ କରିବା ଶୈଳୀ ଡିଜିଟାଲ୍ ହେବ । ସ୍କୁଲଗୁଡ଼ିକୁ ସେମାନଙ୍କର କମ୍ପ୍ୟୁଟର ଲ୍ୟାବ୍ ଓ ଇଣ୍ଟରନେଟ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ CBSE ନିର୍ଦ୍ଦେଶ ଦେଇଛି । ଏହି ପଦକ୍ଷେପ ଭାରତର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ତେବେ ଚଳିତ ବର୍ଷ ଦଶମ ଶ୍ରେଣୀ ପାଇଁ ପୂର୍ବଭଳି ହାତରେ ଖାତା ଦେଖା ଜାରି ରହିବ । ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    15 %
    2.7kmh
    0 %
    Wed
    32 °
    Thu
    32 °
    Fri
    33 °
    Sat
    34 °
    Sun
    34 °

    ସମ୍ବନ୍ଧିତ