Monday, October 21, 2024
21.9 C
Odisha

    ବନ୍ଧମୁଣ୍ଡା ରେଳଧାରଣାରେ ୨୨ ଘରିଆ ହାତୀପଲ, ଟ୍ରେନ ଚଳାଚଳ ଠପ୍

    ଆଗକୁ ପଢନ୍ତୁ

    ରାଉରକେଲା : ବନ୍ଧମୁଣ୍ଡା ଅଧୀନ ପ୍ରେମନଗରଠାରେ ରେଳଧାରଣାକୁ ୨୨ ଘରିଆ ହାତୀପଲ ଅତିକ୍ରମ କରିବା ପାଇଁ ଅପେକ୍ଷା କରିଥିବାରୁ ଉକ୍ତ ରେଳଧାରଣାରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାତି ୧୦ଟା ୫୦ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ବନ୍ଧମୁଣ୍ଡା ଅଧୀନ ଡୁମେର୍ତ୍ତା ଜଙ୍ଗଲରେ ରହିଥିବା ୨୨ ଘରିଆ ହାତୀପଲ ଡୁମେର୍ତ୍ତାରୁ ଆସି ବନ୍ଧମୁଣ୍ଡାର ପ୍ରେମନଗର ଠାରେ ମୁମ୍ୱାଇ – ହାୱଡ଼ା ରେଳଧାରଣା ଉପରେ ଛିଡ଼ା ହୋଇ ଯାଇଥିଲେ । ଫଳରେ ମୁମ୍ୱାଇ – ହୱଡା ରେଳଧାରଣାରେ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଅବଶ୍ୟ ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିପଥ ନେଇ ରେଳବାଇ କଣ୍ଟ୍ରୋଲ ରୁମକୁ ଆଗୁଆ ସୂଚନା ଦିଆଯାଇଥିଲା । ରାଉରକେଲା ବନ ବିଭାଗ ଏସିଏଫ୍ ସୌମ୍ୟକାନ୍ତ ଗୋଚ୍ଛାୟତ, ରେଞ୍ଜର ଜ୍ଞାନେନ୍ଦ୍ର ଲିମା ଓ ବନ ବିଭାଗ ରାପିଡ ଆକ୍ସନ ଟିମ୍‌, ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ହାତୀପଲଙ୍କୁ ମୁମ୍ୱାଇ – ହାୱଡା ରେଳଧାରଣାକୁ ପାର କରାଇ ଦେଇଥିଲେ । ହେଲେ ରାଉରକେଲା – ରାଞ୍ଚି ରେଳଧାରଣା ଉପରେ ପୂର୍ବରୁ ଏକ ମାଲବାହୀ ଟ୍ରେନ ଅଟକି ରହିଥିବାରୁ ସେହି ରେଳ ଧାରଣାକୁ ହାତୀପଲ ଅତିକ୍ରମ କପି ନ ପାରି ରେଳଧାରଣା ନିକଟରେ ରହିଛନ୍ତି । ମାଲବାହୀ ଟ୍ରେନର ଚାଳକ ରାତ୍ରୀଭୋଜନ ପାଇଁ ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ତେବେ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି ହାତୀର ସୁରକ୍ଷିତ ରେଳାରଣା ଅତିକ୍ରମର ଦାୟ୍ୱିତ୍ୱ ନିର୍ବାହ କରୁଛନ୍ତି । ସେପଟେ ରେଳଧାରଣା କଡ଼ରେ ୨୨ଟି ହାତୀ ରହିଥିବାରୁ ରାଞ୍ଚି ରୁଟ୍‌ରେ ରେଳ ଯାତାୟାତ ବନ୍ଦ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    89 %
    1.2kmh
    99 %
    Sun
    22 °
    Mon
    30 °
    Tue
    29 °
    Wed
    28 °
    Thu
    28 °

    ସମ୍ବନ୍ଧିତ