Sunday, October 18, 2026
23.2 C
Odisha

    ବରଗଡ଼ରେ ବଢୁଛି ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ସଂଖ୍ୟା

    ଆଗକୁ ପଢନ୍ତୁ

    ବରଗଡ: ସ୍କ୍ରପ୍‌ ଟାଇଫସ୍‌ର ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ ସରକାରୀ ଡାକ୍ତରଖାନା ଅପେକ୍ଷା ଘରୋଇ ହସ୍ପିଟାଲ ମାନଙ୍କରେ ସ୍କ୍ରପ୍‌ ଟାଇଫସ୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ଦେଖା ଦେଇଛି। ଏପର୍ଯ୍ୟନ୍ତ ସରକାରୀ ହସ୍ପିଟାଲରେ ମାତ୍ର ୩ଟି ସ୍କ୍ରପ୍‌ ଟାଇଫସ୍‌ ରୋଗୀଙ୍କୁ ଚି଼ହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ବେସରକାରୀ ଆକଳନ ହିସାବରେ ବରଗଡ ଜିଲ୍ଲାରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦ରୁ ୨୫ ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୫ ଜଣ ସ୍କ୍ରପ୍‌ ଟାଇଫସ୍‌ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି।

    ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ୪୨ ବର୍ଷୀୟା ଚାଷୀ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ବୁଧବାର ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘରୋଉ ହସ୍ପିଟାଲ ମାନଙ୍କରେ ସ୍କ୍ରପ୍‌ ଟାଇଫସ୍‌ ପଜିଟିଭ ରୋଗୀଙ୍କୁ ଶୀଘ୍ର ଚି଼ହ୍ନଟ କରାଯାଇ ଉତ୍ତମ ଚିକିତ୍ସା କରାଯାଉଥିବା ବେଳେ ଅବହେଳା ଜନିତ ବିଳମ୍ବରେ ଡାକ୍ତରଙ୍କ ନିକଟକୁ ପହଞ୍ଚୁଥିବା ରୋଗୀଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡ଼ୁଛି ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ