Monday, October 19, 2026
23.2 C
Odisha

    ମୁଁ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ ଭାବେ ଦେଖେ : ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେଡିର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। ମୁଁ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ ଭାବେ ଦେଖେ। ଆମେ ପାୱାର ପାଇଁ ନୁହେଁ ଲୋକଙ୍କ ସେଵା କରିବାକୁ ଲକ୍ଷ୍ୟ ରଖିବା ଉଚିତ।ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ଏହି ମତ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
    ନବୀନ କହିଛନ୍ତି ଯୁବକ ହେଉଛନ୍ତି ବିଜେଡିର ଶକ୍ତି । ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା। ଆମ ଯୁବ ବନ୍ଧୁ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ମୋର ପୁରା ବିଶ୍ୱାସ ଅଛି। ବିଜୁ ଯୁବ ଜନତା ଦଳର ପ୍ରରିଶ୍ରମ ଯୋଗୁ ଆଜି ବିଜେଡି ଏକ ସାମାଜିକ ଅନ୍ଦୋଳନରେ ପରିଣତ ହୋଇପାରିଛି । ଗତ ନିର୍ବାଚନ ରେ ବିଜେଡି ସର୍ବାଧିକ ୪୧.୨ % ଭୋଟ ପାଇଥିଲା। ସଂପୂର୍ଣ୍ଣ ସଂଖ୍ୟକ ଭୋଟ୍ ଦୃଷ୍ଟିରୁ ବିଜେଡି ଅନ୍ୟମାନଙ୍କଠାରୁ ଆଗରେ ରହିଛି । ଓଡିଶାବାସୀଙ୍କ ସ୍ନେହ ଏବଂ ଭଲପାଇବା ଆମର ସବୁଠାରୁ ବଡ ଶକ୍ତି ବୋଲି କହିଛନ୍ତି ନବୀନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ