Sunday, October 4, 2026
30.6 C
Odisha

    ବରମୁଣ୍ଡା ବସ ଟର୍ମିନାଳରୁ ମହିଳାଙ୍କ ମୃତ ଦେହ ଉଦ୍ଧ।ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବରମୁଣ୍ଡା ବସଷ୍ଟାଣ୍ଡରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତ ମହିଳା ବିବାହିତ ବୋଲି ଜଣାପଡ଼ିଛି। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୁଣା ବସଷ୍ଟାଣ୍ଡ ଟର୍ମିନାଲ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ହାତରୁ ଏକ ବସ ଟିକଟ ଜବତ କରିଛି। ସେଥିରୁ ଜଣାପଡିଛି, ମହିଳା ଗଞ୍ଜାମ ଜିଲା ସୋରଡ଼ାକୁ ଯାଇଥାନ୍ତେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମୃତ ମହିଳାଙ୍କ ସହ ଜଣେ ଯୁବକ ଥିଲେ। ଟିକଟ କାଉଣ୍ଟର ନିକଟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସଂପୃକ୍ତ ଯୁବକ ମହିଳାଙ୍କୁ ମାଡ଼ ମାରୁଥିଲେ। ଏହି କାରରୁ ମହିଳାଙ୍କ ହତ୍ୟା କରାଯାଇଥିବା କିମ୍ବା ସେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ଯାଞ୍ଚ ସମୟରେ ମହିଳାଙ୍କ ମୃତଶରୀରରେ କୌଣସି କ୍ଷତଚିହ୍ନ ଦେଖିବାକୁ ମିଳିନି। କିନ୍ତୁ ମହିଳାଙ୍କ ସହିତ ଝଗଡ଼ା କରିଥିବା ଯୁବକ ଜଣଙ୍କ କିଏ ସେନେଇ ପୋଲିସ ତଦନ୍ତ ଆରମ୍ଭ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ