Friday, July 10, 2026
27.6 C
Odisha

    ବରଯାତ୍ରୀ ଗାଡିକୁ ପିଟିଲା ହାଇୱା, ଚାଲିଗଲା ୫ଜଣଙ୍କ ଜୀବନ

    ଆଗକୁ ପଢନ୍ତୁ

    ଯାଜପୁର : ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ପଛପଟେ ପିଟିଲା ବୋଲେରୋ । ଚାଲିଗଲା ୫ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଅନ୍ୟ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି ।

    ସୂଚନା ମୁତାବକ ଆଜି ସକାଳ ସମୟରେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗାଁର ଲୋକେ ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ ବରଯାତ୍ରୀ ଯାଇଥିଲେ । ଏକ ବୋଲେରୋ ଗାଡିରେ ଫେରୁଥିବା ସମୟରେ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱା ପଛରେ ଜୋରରେ ଧକ୍କା ଦେଇଥିଲା ।

    ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ବଡ଼ଚଣା ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ । ଧର୍ମଶାଳା ମେଡିକାଲରେ ତିନି ଜଣ ଓ ବଡ଼ଚଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି । ଏହି ବୋଲେରୋରେ ଡ୍ରାଇଭର ସମେତ ୧୨ଜଣ ଥିବା ବେଳେ ଅନ୍ୟମାନଙ୍କୁ ଧର୍ମଶାଳା ଓ ବଡ଼ଚଣା ମେଡିକାଲରେ ଚିକିତ୍ସା କରାଯାଇ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ଥିବା ବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ଜେନାପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.6 ° C
    27.6 °
    27.6 °
    83 %
    2kmh
    100 %
    Fri
    27 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ