ପ୍ରୟାଗରାଜ : ବିଜେପିର ପୂର୍ବତନ ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ବାମୀ ପିସି ଯୋଶୀଙ୍କ ପରଲୋକ ହୋଇଛି । ଲକ୍ଷ୍ମୌର ଏକ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ସ୍ବାମୀଙ୍କ ନିଧନକୁ ନେଇ ରୀତା ବହୁଣା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତାଙ୍କ ସ୍ବାମୀ ସକାଳ ୭ଟାରେ ହୋଇଛି । ତାଙ୍କ ପରଲୋକ ସୂଚନା ମିଳିବା ପରେ ପରିବାର ଏବଂ ପାର୍ଟିର ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ରୀତା ବହୁଗୁଣା ଯୋଶୀ ପୋଷ୍ଟ କରି କହିଛନ୍ତି ,ବହୁତ ଦୁଃଖ ସହିତ ଆପଣଙ୍କୁ ଜଣାଉଛି କି, ମୋ ସ୍ବାମୀ ପିସିସ ଯୋଶୀ ମଇ ୪ ସକାଳ ୭ଟାରେ ଏକ ହସପିଟାଲରେ ପରଲୋକ ହୋଇଛି । ଆଜି ସନ୍ଧ୍ୟା ୪ଟାରେ ପ୍ରୟାଗରାଜରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ତେବେ ପିସି ଯୋଶୀ ଗତ କିଛିଦିନ ଧରି ରୋଗାଗ୍ରସ୍ତ ଥିଲେ । ତାଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ସୋମବାର ସକାଳ ସମୟରେ ହଠାତ୍ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପରଲୋକ ହୋଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର ଅପରାହ୍ନ ୪ଟାରେ ପ୍ରୟାଗରାଜରେ ହେବ । ପ୍ରୟାଗରାଜରେ ତାଙ୍କ ବନ୍ଧୁ ଏବଂ ସଂପର୍କୀୟ ପହଞ୍ଚିଛନ୍ତି । ପିସି ଯୋଶୀଙ୍କ ନିଧନରେ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ଶୋକ ବ୍ୟକ୍ତ କରିଥିଲେ ।
ରୀତା ବହୁଗୁଣାଙ୍କ ସ୍ବାମୀ ପିସି ଯୋଶୀ ପେଶାରେ ମେକାନିକାଲି ଇଂଜିନିୟର ଥିଲେ । ସେ ୧୯୭୬ରେ ରୀତାଙ୍କୁ ବିବାହ କରିଥିଲେ ।
