Thursday, September 19, 2024
23 C
Odisha

    ବର୍ଷଦିନେ ଘରେ ମାଛିଙ୍କ ଉପଦ୍ରବରୁ ପାଆନ୍ତୁ ରକ୍ଷା

    ଆଗକୁ ପଢନ୍ତୁ

    ଏବେ ଆରମ୍ଭ ହେଇ ଗଲାଣି ବର୍ଷା ଋତୁ । ଦୀର୍ଘ ସମୟ ଧରି ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ ସହିବା ପରେ ବର୍ଷା କିଛି ମାତ୍ରା ରେ ଜୀବଜଗତ କୁ ଆରାମ ଦେବା ସହ ଧରାପୃଷ୍ଠ ପୁଣିଥରେ ସବୁଜିମାରେ ଭରି ଯିବାର ସମୟ ଆସି ଯାଇଛି । ମାତ୍ର ଏହା ସହ ଜଡ଼ିତ ଅଛି ଅନ୍ୟ କିଛି ଅସୁବିଧା । ବର୍ଷା ଋତୁରେ ପ୍ରାୟତଃ ଆମ ଘରେ  ମାଛି ମାନଙ୍କ ଅଯାଚିତ ପ୍ରବେଶ ଦେଖିବାକୁ ମିଳିଥାଏ ଏବଂ ସେମାନେ ନିଜ ସହ ନେଇ ଆସନ୍ତି ବିଭିନ୍ନ ପ୍ରକାର ରୋଗ ଜୀବାଣୁ । ଆଜି ଆମେ ନେଇ ଆସିଚୁ ଆପଣ ସମସ୍ତଙ୍କ ପାଇଁ କିଛି ଉପାୟ ଯାହା ଆମକୁ ବର୍ଷା ଦିନେ ଏହି ରୋଗ ସୃଷ୍ଟି କରୁଥିବା ମାଛି ମାନଙ୍କ ଉପଦ୍ରବ ରୁ ରକ୍ଷା କରିବ ।

    ୧- ଘରକୁ ପରିଷ୍କାର ଓ ଶୁଖିଲା ରଖନ୍ତୁ : ରୋଷେଇ ଘରର କାମ ସାରିବ ପରେ କିଚେନ ଫ୍ଲୋର ଓ କାଉଣ୍ଟର କୁ ଭଲ ଭାବେ ସଫା କରି ଶୁଖିଲା ରଖନ୍ତୁ । ଖାଇ ସାରିବା ପରେ ଡାଇନିଂ ଟେବଲ ମଧ୍ୟ ଭଲଭାବେ ପରିଷ୍କାର କରି ସଫା ରଖନ୍ତୁ । ଘରର କୌଣସି ବି ସ୍ଥାନରେ ଯେପରି ଖାଦ୍ୟ ର କିଛି ଅବଶିଷ୍ଟ ଅଂଶ କିମ୍ବା ଓଦା ନ ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ମାଛି ମାନେ ବିଶେଷ କରି ଖାଦ୍ୟ ଦ୍ରବ୍ୟ ଓ ମୟଶ୍ଚର ପ୍ରତି ଆକର୍ଷିତ ହେଉଥିବାରୁ ଏପରି କରିବା ଦ୍ବାରା ଆପଣ ଘରଠାରୁ ସେମାନଙ୍କୁ ଦୂରରେ ରଖିପାରିବେ ।

    ୨- ଘରେ ଢାଙ୍କୁଣୀ ଥିବା ଡଷ୍ଟବିନ ବ୍ୟବହାର କରନ୍ତୁ : ଘରେ ତଥା ରୋଷେଇ ଘରେ ପ୍ରତିଦିନ ସୃଷ୍ଟି ହେଉଥିବା ଆବର୍ଜନା କୁ ରଖିବା ପାଇଁ ଢାଙ୍କୁଣୀ ଲାଗିଥିବା ଡଷ୍ଟବିନ ବ୍ୟବହାର କରନ୍ତୁ । ଏହାସହ ଆବର୍ଜନାକୁ ପ୍ରତିଦିନ ଘରୁ ବାହାର କରି ଦିଅନ୍ତୁ । ଖୋଲାରେ ଅଧିକ ଦିନ ଯାଏଁ ଘରେ ଅଳିଆ ରଖିବା ଦ୍ଵାରା ଏହାର ଗନ୍ଧରେ ମାଛି ମାନେ ବେଶୀ ଆକର୍ଷିତ ହୋଇଥାନ୍ତି ।

    ୩- ଝରକାରେ ଜାଲି ଲଗାଇ ରଖନ୍ତୁ : ଘର ଭିତରେ ମାଛି ମାନଙ୍କୁ ପଶିବାକୁ ନଦେବା ପାଇଁ ଘରର ସବୁ ଝରକାରେ ଜାଲି ଲଗେଇ ରଖନ୍ତୁ । ଏପରି କରିବା ଦ୍ଵାରା ଆପଣ ଝରକା ଖୋଲା ରଖିଲେ ମଧ୍ୟ ମଶା କି ମାଛି ଘର ଭିତରେ ପଶି ପାରନ୍ତି ନାହିଁ ।

    ୪- ଲେମ୍ବୁ ଓ ଲବଙ୍ଗ ର ବ୍ୟବହାର କରନ୍ତୁ : ଗୋଟେ ଲେମ୍ବୁ କୁ ଫଳ କରି କାଟି ସେଥିରେ ୬ ରୁ ୭ ଟି ଲବଙ୍ଗକୁ ପୋତି ଦିଅନ୍ତୁ । ଏପରି କରିବା ପରେ ଏହି ଲେମ୍ବୁ କୁ ଅଧିକ ମାଛି ହେଉଥିବା ସ୍ଥାନରେ ରଖନ୍ତୁ । ଲେମ୍ବୁ ଓ ଲବଙ୍ଗର ଗନ୍ଧରେ ଦେଖିବେ ମାଛି ମାନେ ଏହାର ପାଖ ମାଡ଼ିବେ ନାହିଁ । ଥରେ ବ୍ୟବହାର କରି ଦେଖନ୍ତୁ । ଘର ଭିତରେ ମାଛି ମାନଙ୍କୁ ପଶିବାକୁ ନ ଦେବାର ଏହା ଏକ ବଢିଆ ଉପାୟ ।

    ୫- ଘରର ଚାରିପାଖକୁ ସଫା ରଖନ୍ତୁ : ବର୍ଷା ଦିନେ ଘର ଚାରିପାଖ ସବୁବେଳେ ସନ୍ତସନ୍ତିଆ ରହିଥାଏ, ଏହା ଫଳରେ ଅଗଣା ଓ ନାଳ ଆଦିରେ ଶିଉଳି ଓ ପାଣି ଜମି ମଶା ଓ ମାଛିଙ୍କ ବଂଶ ବିସ୍ତାର ନିମନ୍ତେ ଏକ ଭଲ ପରିବେଶ ତିଆରି କରିଥାଏ । ଏସବୁ ରୋକିବା ପାଇଁ ବର୍ଷା ଦିନ ଆସିବା ପୂର୍ବରୁ ଘର ଚାରିପାଖେ ଥିବା ଅନାବନା ଗଛ ଓ ଘାସ ଆଦିକୁ କାଢି ଦେଇ ଚାରିପାଖ ପରିଷ୍କାର କରିଦେବା ସହ ଘର ପାଖରେ ଯଦି କୌଣସି ଡ୍ରେନ କିମ୍ବା ନାଳ ରହିଥାଏ ତାକୁ ମଧ୍ୟ ସଫା କରିଦେବା ଆବଶ୍ୟକ ।

    ଏହିସବୁ ଜିନିଷ ପ୍ରତି ଟିକେ ଧ୍ୟାନ ରଖିଲେ ଆମେ ଏହି ଋତୁରେ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା ପାଇବା ସହ ବର୍ଷା ଋତୁକୁ ଖୁବ ଭଲ ଭାବେ ଉପଭୋଗ କରି ପାରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ