Friday, July 31, 2026
24.5 C
Odisha

    କୁଲଡିହାରେ ଆଜିଠୁ ବାଘ ଗଣନା, ଲାଗିଛି ୧୭ ଟି ସ୍ଥାନରେ ଟ୍ରାପ କ୍ୟାମେରା

    ଆଗକୁ ପଢନ୍ତୁ

    ନୀଳଗିରି   :   ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭାୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୨୭ହଜାର ୨ ୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଅଛନ୍ତି ।  ଏହି ଜଙ୍ଗଲରେ କଲରାପତରିଆ, ହେଟା ବାଘ ଥିବାବେଳେ ଗତବର୍ଷ ଶିମିଳିପାଳରୁ ଏକ ମହାବାଳବାଘ ଆସି ବେଶ କିଛିଦିନ ରହିଥିଲା  ଏବଂ ଜୀବଜନ୍ତୁ ,ଗୋରୁଗାଈ ଶିକାର କରିଥିଲା ।  ଆଜି ବନବିଭାଗର ଟିମ କୁଳଡିହା ଅଭୟାରଣ୍ୟର ଚାରିପଟୁ ଘଞ୍ଚଜଙ୍ଗଲ ଭିତରକୁ ପଶିଛନ୍ତି । ପୂର୍ବରୁ ବାଘ ଗଣନା ପାଇଁ ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ହୋଇଥିଲା ।  ଚଳିତ ବର୍ଷ ଟ୍ରାପ କ୍ୟାମେରା ମାଧ୍ୟମରେ ବାଘକୁ ଚିହ୍ନଟ କରାଯିବ। ୧୭ ଟି ସ୍ଥାନରେ ଟ୍ରାପ କ୍ୟାମେରା ଲଗାଯାଇଛି । ଏନେଇ ସୂଚନା ଦେଇଛନ୍ତି କୁଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    94 %
    2kmh
    100 %
    Thu
    24 °
    Fri
    30 °
    Sat
    31 °
    Sun
    30 °
    Mon
    31 °

    ସମ୍ବନ୍ଧିତ