Sunday, October 18, 2026
23.2 C
Odisha

    ଖେତରେ କାମ କରୁଥିଲେ ୨ ଚାଷୀ, ବଜ୍ରପାତ ନେଲା ଜୀବନ

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଖଡ଼ିଶୋଳ ପଞ୍ଚାୟତର ଡ଼ୁମାପଦା ଗାଁରେ କ୍ଷେତରେ କାମ କରୁଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଦୁଇଜଣ ଭାଗ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର ସ୍ବର୍ଗତ ଅନୁକୂଳ ମହାନ୍ତଙ୍କ ପୁଅ ଗୋବିନ୍ଦ(୫୨) ଏବଂ ଶଙ୍ଖଯୋଡ଼ ଗ୍ରାମର ରାମ ହାଁସଦାଙ୍କ ପୁଅ ଶିବ ହାଁସଦା(୩୦)l ସୂଚନା ଅନୁଯାଇ ଉଭୟ ଗୋବିନ୍ଦ ଏବଂ ଶିବ ଡ଼ୁମାପଦା ଗ୍ରାମର ଉମେଶଚନ୍ଦ୍ର ମହାନ୍ତଙ୍କ ବିଲକୁ ଭାଗ ସୂତ୍ରରେ ନେଇ ଚାଷ କରୁଥିଲେl ମଙ୍ଗଳବାର ଚାଷକାମ ପାଇଁ କ୍ଷେତକୁ ଉଭୟ ଯାଇଥିଲେl ସେମାନେ ବିଲରେ ଚାଷକାମ କରୁଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା। ଉଭୟ ବଜ୍ରପାତର ଶିକାର ହୋଇ ସେହିଠାରେ ହିଁ ଟଳି ପଡ଼ିଥିଲେl ସେଠାରେ ଉପସ୍ଥିତ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେl

    ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ପୃଥକ ମାମଲା ରୁଜୁକରିଵା ସହିତ ମୃତଦେହ ବ୍ୟବଛେଦ କରିବାକୁ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ