Friday, April 3, 2026
27 C
Odisha

    ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି, ଜାଣନ୍ତୁ ଭାରତରେ କ’ଣ ରହିବ ଏହାର ପ୍ରଭାବ

    ଆଗକୁ ପଢନ୍ତୁ

    ୮ ଏପ୍ରିଲ ଅର୍ଥାତ ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଭାରତୀୟ ସମୟାନୁସାରେ ଏହି ସୂର୍ଯ୍ୟ ପରାଗ ଆଜି ରାତିରୁ ଆରମ୍ଭ ହେବ । ଏହା ପୂର୍ଣ୍ଣ ସୂର୍ଯ୍ୟ ପରାଗ ଅଟେ ଏବଂ ଗତ ୫ ଦଶକରୁ ଅଧିକ ସମୟରେ ଲାଗିଥିବା ସୂର୍ଯ୍ୟ ପରାଗରୁ ଏହି ସୂର୍ଯ୍ୟ ପରାଗ ସବୁଠାରୁ ଲମ୍ବା ଅଟେ । ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗକୁ ଶୁଭ ବୋଲି ବିବେଚିତ କରାଯାଏ ନାହିଁ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗର ସମୟ, ଶୁଭ ଅଶୁଭ ପ୍ରଭାବ ସମେତ ସମସ୍ତ ଡିଟେଲ୍ସ ।

    ଭାରତୀୟ ସମୟାନୁସାରେ, ୮ ଏପ୍ରିଲ ୨୦୨୪ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ରାତି ୯ଟା ୧୨ ମିନିଟରେ ଅରମ୍ଭ ହେବ ଏବଂ ୨ ଟା ୨୨ ମିନିଟରେ ସମାପ୍ତ ହେବ । ଏହିପରି ସୂର୍ଯ୍ୟ ପରାଗର ଅବଧି ୫ ଘଣ୍ଟା ୧୦ ମିନିଟ ରହିବ । ତେବେ ସୂର୍ଯ୍ୟ ପରାଗର ସୁତକ କାଳ ଗ୍ରହଣ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଉଛି । ସୁତକ କାଳରେ ପୂଜା-ପାଠ, ଶୁଭ କାର୍ଯ୍ୟ ଠାରୁ ନେଇ ଖାଦ୍ୟ-ପାନୀୟ ପର୍ଯ୍ୟନ୍ତ ସମସ୍ତ ଜିନିଷକୁ ମାନିବାକୁ ପଡେ । ହେଲେ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ସେତେବେଳେ ଯାଇ ପାଳନ କରାଯାଏ ଯେତେବେଳେ ତାହା ଦୃଶ୍ୟମାନ ହୁଏ । ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଭାରତରେ ପୂଜା-ପାଠ, ସ୍ନାନ-ଦାନ ସମସ୍ତ ପ୍ରଖାର ଜିନିଷ କରାଯାଇ ପାରିବ ।

    ୮ ଏପ୍ରିଲ ରାତିରେ ଲାଗୁଥିବା ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ। ଏହି ସୂର୍ଯ୍ୟପରାଗ ପଶ୍ଚିମ ୟୁରୋପ, ପ୍ରଶାନ୍ତ, ଆଟଲାଣ୍ଟିକ୍, ଆର୍କଟିକ୍, ମେକ୍ସିକୋ, ଉତ୍ତର ଆମେରିକା, କାନାଡା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକାର ଉତ୍ତର ଭାଗ, ଇଂଲଣ୍ଡ ଏବଂ ଆୟର୍ଲାଣ୍ଡର ଉତ୍ତର ପଶ୍ଚିମ ଅଞ୍ଚଳରେ ଦୃଶ୍ୟମାନ ହେବ। ସୂର୍ଯ୍ୟ ଗ୍ରହଣ ହେତୁ ଆମେରିକାର କେତେକ ରାଜ୍ୟରେ ଅନ୍ଧକାର ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ