Saturday, July 18, 2026
24.3 C
Odisha

    ୪୦୦ରୁ ଅଧିକ ଆସନରେ ଜିତିବ କି ବିଜେପି? କ’ଣ କହନ୍ତି ପ୍ରଶାନ୍ତ କିଶୋର…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଉର୍ଦ୍ଧ୍ୱ ଆସନରେ ଜିତିବ ବୋଲି ଦାବି କରୁଥିବା ବେଳେ ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ କର୍ଣ୍ଣାଟକକୁ ବାଦ୍‌ ଦେଲେ ଦକ୍ଷିଣ ଓ ପୂର୍ବ ଭାରତରେ ଶାସକ ଦଳ ନିଜର ଆସନ ଏବଂ ଭୋଟ୍‌ ପ୍ରତିଶତରେ ଯଥେଷ୍ଟ ବୃଦ୍ଧି କରିବ। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ କିଶୋର ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ସ୍ପଷ୍ଟ ଆଧିପତ୍ୟ ସତ୍ତ୍ୱେ ଦଳ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାଜେୟ ନୁହଁନ୍ତି ଏବଂ ଦର୍ଶାଇଛନ୍ତି ଯେ ବିରୋଧୀଙ୍କ ପାଖରେ ବିଜେପିର ସପକ୍ଷରେ ଜନମତକୁ ରୋକିବାର ତିନିଟି ଭିନ୍ନ ଏବଂ ବାସ୍ତବିକ ସମ୍ଭାବନା ରହିଛି। କିନ୍ତୁ ଆଳସ୍ୟ ଏବଂ ଭୁଲ ରଣନୀତି ଯୋଗୁଁ ଏହି ସୁଯୋଗକୁ ସେମାନେ ହାତଛଡ଼ା କରିଛନ୍ତି।

    ତେଲେଙ୍ଗାନାରେ ସେମାନେ (ବିଜେପି) ପ୍ରଥମ କିମ୍ବା ଦ୍ଵିତୀୟ ଦଳ ହେବେ, ଯାହା ଏକ ବଡ଼ କଥା। ସେମାନେ ନିଶ୍ଚିତ ଭାବେ ଓଡ଼ିଶାରେ ଏକ ନମ୍ବର ହେବେ। ଆପଣ ଆଶ୍ଚର୍ଯ୍ୟ ହେବେ କାରଣ ମୋ ମତରେ ବିଜେପି ପଶ୍ଚିମବଙ୍ଗରେ ଏକ ନମ୍ବର ଦଳ ହେବାକୁ ଯାଉଛି। ତାମିଲରେ ବିଜେପିର ଭୋଟ୍‌ ପ୍ରତିଶତ ଦୁଇ ଅଙ୍କ ଛୁଇଁପାରେ ବୋଲି ସେ କହିଛନ୍ତି।
    ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ଏବଂ କେରଳରେ ୫୪୩ ଆସନ ବିଶିଷ୍ଟ ଲୋକସଭାରେ ମିଳିତ ଭାବେ ୨୦୪ଟି ଆସନ ରହିଛି। କିନ୍ତୁ ୨୦୧୪ କିମ୍ବା ୨୦୧୯ରେ ବିଜେପି ଯଥାକ୍ରମେ ୨୯ ଓ ୪୭ଟି ଆସନରେ ବିଜୟୀ ହୋଇ ଏହି ସବୁ ରାଜ୍ୟରେ ୫୦ଟି ଆସନ ଅତିକ୍ରମ କରିପାରି ନଥିଲା।

    ତେବେ ବିଜେପି ୩୭୦ଟି ଆସନରେ ବିଜୟୀ ହେବାର ସମ୍ଭାବନା ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
    ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଆଉଥରେ କ୍ଷମତାକୁ ଫେରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ସେ କହିଛନ୍ତି। କିଶୋର ୨୦୧୯ରେ ରେଡ୍ଡୀଙ୍କ ପାଇଁ କାମ କରିଥିଲେ ଯେତେବେଳେ ତାଙ୍କ ୱାଇଏସଆରସି ପାର୍ଟି ବର୍ତ୍ତମାନର ତେଲୁଗୁ ଦେଶମ ପାର୍ଟିକୁ ପରାସ୍ତ କରିଥିଲା, ଯାହା ବର୍ତ୍ତମାନ ବିଜେପିର ସହଯୋଗୀ।

    ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଭଳି ରେଡ୍ଡୀ ମଧ୍ୟ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପରିବର୍ତ୍ତେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ‘ପ୍ରୋଭାଇଡର’ ମୋଡକୁ ଯାଇଛନ୍ତି। ସେ ଏହି ପରିସ୍ଥିତିକୁ ବିଗତ ସମୟର ରାଜାମାନଙ୍କ ସହ ତୁଳନା କରିଥିଲେ ଯେଉଁମାନେ ନିଜ ଲୋକମାନଙ୍କର ଯତ୍ନ ନେଉଥିଲେ କିନ୍ତୁ ଆଉ କିଛି ନୁହେଁ। ସେହିପରି ରେଡ୍ଡୀ ଲୋକଙ୍କୁ ନଗଦ ଟଙ୍କା ହସ୍ତାନ୍ତରକୁ ସୁନିଶ୍ଚିତ କରିଛନ୍ତି। କିନ୍ତୁ ନିଯୁକ୍ତି ଦେବା କିମ୍ବା ରାଜ୍ୟର ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ସେ କିଛି କରିନାହାନ୍ତି ବୋଲି ସେ କହିଛନ୍ତି।

    ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, ବିରୋଧୀ ବିଶେଷ କରି କଂଗ୍ରେସ ଉତ୍ତର ଓ ପଶ୍ଚିମ ଭାରତର ଗଡରେ ଅତି କମ୍‌ରେ ୧୦୦ଟି ଆସନ ହରାଇଲେ ହିଁ ବିଜେପି ଧକ୍କା ଅନୁଭବ କରିବ। କିନ୍ତୁ, ଏହା ହେବାର ନାହିଁ ବୋଲି ସେ କୁହନ୍ତି। ମୋଟାମୋଟି ଭାବେ ବିଜେପି ଏହି ସବୁ ଅଞ୍ଚଳରେ ନିଜର ସ୍ଥିତି ଦଖଲ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।

    ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଳି ଦଳର ଶୀର୍ଷ ନେତାମାନେ ବାରମ୍ବାର ଏହି ରାଜ୍ୟଗୁଡ଼ିକୁ ଆସୁଥିବାରୁ ଦକ୍ଷିଣ ଓ ପୂର୍ବ ଭାରତରେ ବିସ୍ତାର ପାଇଁ ବିଜେପି ଏକ ବଡ଼ ଏବଂ ଆଖିଦୃଶିଆ ପ୍ରୟାସ କରିଛି। ଅପରପକ୍ଷରେ ଏହି ସବୁ ରାଜ୍ୟରେ ବିରୋଧୀମାନେ କମ୍‌ ପ୍ରୟାସ କରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତ କରିଥିବା ବେଳେ ରାହୁଲ ଗାନ୍ଧି କିମ୍ବା ସୋନିଆ ଗାନ୍ଧି କିମ୍ବା ଅନ୍ୟ କୌଣସି ବିରୋଧୀ ଦଳ ନେତା କେତେ ଗସ୍ତ କରିଛନ୍ତି ତାହାକୁ ଗଣନା କରନ୍ତୁ। ଆପଣଙ୍କ ଲଢ଼େଇ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସୀମିତ ଅଛି କିନ୍ତୁ ଆପଣ ମଣିପୁର ଏବଂ ମେଘାଳୟ ଗସ୍ତ କରୁଛନ୍ତି। ତା’ହେଲେ ଆପଣଙ୍କୁ କିପରି ସଫଳତା ମିଳିବ ବୋଲି ସେ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି।

    ୨୦୧୯ରେ ସ୍ମୃତି ଇରାନୀଙ୍କ ଠାରୁ ଆମେଠି ଆସନରୁ ହାରିବା ପରେ ରାହୁଲ ଗାନ୍ଧି ତାଙ୍କ ପରିବାର ଆମେଠିରୁ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ବିରୋଧୀ ଦଳ ଏକାକୀ କେରଳ ଜିତି ଦେଶ ଜିତିପାରିବ ନାହିଁ। ଯଦି ଆପଣ ୟୁପି, ବିହାର ଓ ମଧ୍ୟପ୍ରଦେଶରେ ନ ଜିତିବେ ତେବେ ୱାୟନାଡରୁ ଜିତିଲେ କିଛି ଲାଭ ମିଳିବ ନାହିଁ। ରଣନୈତିକ ଦୃଷ୍ଟିକୋଣରୁ ମୁଁ କହିପାରିବି ଯେ ସେହି ସ୍ଥାନ (ଆମେଠି)କୁ ନଯିବା କେବଳ ଏକ ଭୁଲ ବାର୍ତ୍ତା ଦେବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    93 %
    1.8kmh
    98 %
    Fri
    24 °
    Sat
    30 °
    Sun
    29 °
    Mon
    25 °
    Tue
    28 °

    ସମ୍ବନ୍ଧିତ