Monday, June 22, 2026
36 C
Odisha

    ବର୍ଷା ଜଳ କରିଦେବ ଧନୀ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଆଜି ଆମେ ଆପଣମାନଙ୍କୁ ବର୍ଷା ଜଳର କିଛି ଚମତ୍କାରି ଗୁଣ ବିଷୟରେ ଜଣାଇବାକୁ ଯାଉଛି।ବର୍ଷା ଜଳ କରିଦେବ ଆପଣଙ୍କୁ ଧନୀ। ବର୍ଷା ଜଳ ଚୁମ୍ବକ ପରି ଟାଣି ଆଣେ ଧନକୁ। ଯେଉଁ ଉପାୟ ମାନ କଲେ ଧନ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ରୋଗ ଏବଂ ଋଣରୁ ମଧ୍ୟ ମୁକ୍ତି ମିଳିଥାଏ। ଜୀବନର ଅନେକ ପ୍ରକାରର ସମସ୍ୟା ସମାଧାନ ହୋଇଯାଏ। କୁହାଯାଏ କି ଜଳ ହିଁ ଜୀବନ। ଜୀବନକୁ ସୁଖ ଏବଂ ଶାନ୍ତିରେ ବଞ୍ଚିବା ପାଇଁ ପ୍ରକୃତିର ଏହା ଏକ ବରଦାନ ଅଟେ। ଜଳ ଖାଲି ମଣିଷର ଶୋଷ ମେଣ୍ଟାଇ ନଥାଏ କିମ୍ବା ଦୈନନ୍ଦିନ କାର୍ଯ୍ୟରେ ଆସିନଥାଏ ବରଂ ମଣିଷର ଅନେକ ସମସ୍ୟାମାନ ଦୂର କରିବା ସହିତ ମଣିଷକୁ ଧନ ସୁଖ ସମୃଦ୍ଧି ଆଣି ଦେଇଥାଏ। ଏବେ ତ ବର୍ଷା ଋତୁ ଚାଲୁଅଛି। ଏହି ବର୍ଷା ଜଳକୁ ନେଇ ଯଦି କିଛି ଉପାୟ ମାନ କରନ୍ତି ତେବେ ଏହି ବର୍ଷା ଜଳ ଅନେକ ଚମତ୍କାର ଫଳ ଦେଇଥାଏ ଏବଂ ଦରିଦ୍ରତା ଦୂର କରିଥାଏ। ଏହି ଉପାୟ କରିବା ପରେ ଆପଣ କେବେବି ନିରାସ ହେବେ ନାହିଁ କାରଣ ବର୍ଷା ଜଳର ଏହି ଉପାୟ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେଇଥାଏ। ତେବେ ଆସନ୍ତୁ ଜାଣିନେବା ବର୍ଷା ଜଳର ସେହି ଚମତ୍କାରି ଉପାୟମାନ ବିଷୟରେ। ଯାହାକି ସମସ୍ତ ଦୁଃଖର ଅନ୍ଧାରକୁ ଦୂର କରି ସୁଖ ଏବଂ ସମୃଦ୍ଧିର ଆଲୋକ ଆଣିଦେଇଥାଏ।

    ପ୍ରଥମ ଉପାୟ :  ଅଚାନକ ଧନ ପ୍ରାପ୍ତିର ଇଛା ରଖିଥିବା ମଣିଷ ମାନଙ୍କ ପାଇଁ। ସ୍ୱାତି ନକ୍ଷତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ସେହିଦିନ ଏକ ପାତ୍ରଟିଏ ନେଇ ଘରର ଐଶ୍ଵନ୍ୟ କୋଣରେ ରଖି ଦିଅନ୍ତୁ। ଯଦି ଏହି ଐଶ୍ଵନ୍ୟ କୋଣରେ ପାତ୍ରଟି ରଖିବାର ସୁବିଧା ହେଉନାହିଁ ତେବେ ଛାତ ଉପରେ କିମ୍ବା ତଳେ କୌଣସି ସ୍ଥାନରେ ରଖିଦିଅନ୍ତୁ। ସେହି ପାତ୍ରଟି ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ସେହି ବର୍ଷା ଜଳ ପୂର୍ଣ୍ଣ ପାତ୍ରଟିକୁ ଘରେ ଐଶ୍ଵନ୍ୟ କୋଣରେ ରଖିଦିଅନ୍ତୁ। ଧ୍ୟାନ ଦେବେକି ସେହି ଦିନ ସ୍ୱାତି ନକ୍ଷତ୍ର ଥିବା ଆବଶ୍ୟକ କାରଣ ଏହି ସ୍ୱାତି ନକ୍ଷତ୍ର ଦିନ ଜଳ ଶାମୁକା ଭିତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ। ଏଣୁ ସ୍ୱାତି ନକ୍ଷତ୍ର ଅତ୍ୟନ୍ତ ପବିତ୍ର ଏବଂ ଉଚ୍ଚ କୋଟିର ହୋଇଥାଏ। ଏହି ସ୍ୱାତି ନକ୍ଷତ୍ରର ଜଳ କୌଣସି ଏକ ବୋତଲ କିମ୍ବା ନିବୁଜ ପାତ୍ରରେ ପୁରାଇ ସିନ୍ଦୁକ କିମ୍ବା ଦୋକାନ ବ୍ୟବସାୟରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ତେବେ ଦେଖିବେ ଏହାର ଚମତ୍କାରୀତା। ଏହାର ଚମତ୍କାର ଫଳରେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ଶାନ୍ତି ନେଇ ପ୍ରବେଶ କରିଥାନ୍ତି।

    ଦ୍ୱିତୀୟ ଉପାୟ  :  ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ ବହୁତ ଚିନ୍ତା ବ୍ୟସ୍ତତା ଭିତରେ ସମୟ କଟୁଥାଏ ତେବେ ଏକ ନୂଆ ଏବଂ ସଫା ପିତଳ ଲୋଟାରେ ଅବା ପିତଳ ବାସନରେ ବର୍ଷା ଜଳ ଭରି କରି ସେହି ଜଳରେ ମା ଲକ୍ଷ୍ମୀଙ୍କର ଅଭିଷେକ କରନ୍ତୁ ଏବଂ ତାହା ସହିତ ମା ଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ। ତେବେ ଏହା କରିବା ଦ୍ୱାରା ବହୁତ ସୁଖ ମିଳିଥାଏ।

    ତୃତୀୟ ଉପାୟ :  ଯଦି କାହାରି ପରିବାରରେ କଳହ ଅଶାନ୍ତି ଲାଗି ରହୁଥାଏ ପାରିବାରିକ ସୁଖ ଶାନ୍ତି ମିଳୁନଥାଏ ପରିବାରର ଶାନ୍ତି ଆଣିବା ପାଇଁ ଚାହୁଁଥିଲେ ତେବେ ବର୍ଷା ଜଳରେ ଭଗବାନ ବିଷ୍ଣୁଙ୍କର ସ୍ନାନ କରନ୍ତୁ ବା ଅଭିଷେକ କରନ୍ତୁ ଏବଂ ତା ସହିତ ଓଁମ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ ତେବେ ଯାଇ ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲପାଇବା ପ୍ରେମ ସଦଭାବନା ଏବଂ ସହାନୁଭୂତି ବୃଦ୍ଧି ପାଇଥାଏ ଏବଂ ପରିବାରର ଶାନ୍ତିର ବାତାବରଣ ଦେଖା ଦେଇଥାଏ।

    ଚତୁର୍ଥ ଉପାୟ : ଯଦି କୌଣସି ବ୍ୟକ୍ତିଙ୍କର ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ ଆଶ୍ଚର୍ଯ୍ୟଜନକ ଘଟଣା ମାନ ଘଟୁଥାଏ ଏମିତି ଜଣା ପଡୁଥାଏ କି ଘରେ କୌଣସି ନକରାତ୍ମକ ଶକ୍ତିବାସ କରୁଛି ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭରି ଘରର କୌଣସି ପରିଷ୍କାର ସ୍ଥାନରେ ରଖିଦିଅନ୍ତୁ ଏବଂ ସେହିଠାରେ ବସି ହନୁମାନ ଚାଳିସା ୫୧ ଥର ପାଠ କରନ୍ତୁ। ଏହା ପରେ ସେହି ପାଣିକୁ ଆମ୍ବ ପତ୍ର କିମ୍ବା ଦେବଦାରୁ ପତ୍ରରେ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ। ଏହା ଦ୍ବାରା  ସମସ୍ତ ସମସ୍ୟାମାନ ଦୂର ହୋଇଥାଏ ଏବଂ ଘରେ ଥିବା ନକରାତ୍ମକ ଶକ୍ତି ପଳାୟନ କରିଥାଏ। ଏହାଛଡା ତନ୍ତ୍ର ମନ୍ତ୍ର ଗୁଣି ଗାରେଡି ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାହା ଦ୍ୱାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ।

    ପଞ୍ଚମ ଉପାୟ : ଯଦି ଘରେ କେହି ରୋଗ ଗ୍ରସ୍ତ ହୋଇଥାନ୍ତି ଭଲ ହେବାର ଉପାୟ ଦେଖା ଯାଉନଥାଏ ବହୁ ଦିନ ଧରି ରୋଗ ଲାଗି ରହିଥାଏ ତେବେ ବର୍ଷା ହେଉଥିବା ସମୟରେ ସେହି ବର୍ଷା ଜଳରେ ଭିଜି ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ। ଯଦି ବର୍ଷା ମଝିରେ ଛାଡି ଯାଏ ତଥାପି ମଧ୍ୟ ୧୦୮ ଥର ମନ୍ତ୍ରକୁ ପାଠ କରନ୍ତୁ। ବା ପୂଣ୍ଣ କରନ୍ତୁ ତେବେ ଯାଇ ଦେଖିବେ ଚମତ୍କାର ଭାବରେ ଏହି ସମସ୍ୟା ଦୂର ହୋଇଯିବ।

    ଷଷ୍ଠ ଉପାୟ:  ଯଦି କେହି କରଜରେ ବୁଡି ରହିଥାନ୍ତି କରଜ ସୁଝିବାର ବାଟ ଦିଶୁ ନଥାଏ ତେବେ ବର୍ଷା ଜଳକୁ ଏକ ବାଲ୍ଟିରେ ଭରି ସେଥିରେ କିଛି କଞ୍ଚା ଗାଈ କ୍ଷୀର ମିଶାଇ ଦିଅନ୍ତୁ ଏହାପରେ ନିଜର ଇଷ୍ଟ ଦେବୀ ବା ଦେବତାଙ୍କୁ ସ୍ମରଣ କରନ୍ତୁ ସେହି ବର୍ଷା ଜଳରେ ସ୍ନାନ କରିନିଅନ୍ତୁ ଏହା ଦ୍ବାରା କରଜର ପରିସ୍ଥିତିରୁ ମୁକ୍ତି ମିଳିଥାଏ ଅଥବା ମୁକ୍ତି ପାଇବାର ବାଟ ମିଳିଯାଇଥାଏ।

    ସପ୍ତମ ଉପାୟ : ଯଦି ପରିବାରରେ କାହାରି ବିବାହ ବୟସ ହୋଇଥିଲେ ମଧ୍ୟ ବିବାହ ହୋଇ ପାରୁନାହିଁ ତେବେ ବର୍ଷା ଜଳ ସଂଗ୍ରହ କରି ଭଗବାନ ଗଣେଶଙ୍କର ଅଭିଷେକ କରନ୍ତୁ। ଏବଂ ଭଗବାନ ଗଣେଶଙ୍କର ମନ୍ତ୍ର ଜପ କରନ୍ତୁ ଅଥବା ଭଗବାନ ଗଣେଶଙ୍କର ଚାଳିସା ପାଠ କରନ୍ତୁ। ଗଣେଶଙ୍କର ସ୍ତୁତି କରନ୍ତୁ। ଏହା କିଛିଦିନ ନିୟମିତ କରନ୍ତୁ ବା ପ୍ରତି ବୁଧବାର ଦିନ ଏହା କରନ୍ତୁ। ତେବେ ବିବାହରେ ଆସୁଥିବା ସମସ୍ତ ବାଧା ବିଘ୍ନ ନିଶ୍ଚୟ ଦୂର ହୋଇଯିବ। ସେହି ପୁଅ କିମ୍ବା ଝିଅର ତୁରନ୍ତ ବିବାହ ଯୋଗ ଆସିଯିବ।

    ଅଷ୍ଟମ ଉପାୟ : ଏହି ଉପାୟଟିକୁ କେବଳ ଶ୍ରାବଣ ମାସରେ କରାଯାଇଥାଏ। ଏହି ଶ୍ରାବଣ ମାସରେ ଯଦି କେହି ବର୍ଷା ଜଳରେ ଶିବ ଭଗବାନଙ୍କର ଅଭିଷେକ କରନ୍ତି ତେବେ ତାଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    34 %
    4kmh
    62 %
    Mon
    35 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ