Saturday, October 10, 2026
29.2 C
Odisha

    ବର୍ଷା ଦିନେ କିପରି ନେବେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ

    ଆଗକୁ ପଢନ୍ତୁ

    ବର୍ଷା ଦିନେ ଥଣ୍ଡା, ଜ୍ୱର, କାଶ ସହ ଅନେକ ରୋଗ ହୋଇଥାଏ। ଏହି ଦିନେ ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସହଜରେ ସଭିଏଁ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମଜଭୂତ ପାଇଁ ନିଜ ଖାଦ୍ୟ-ପେୟ, ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଦିନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ଜାଣନ୍ତୁ..

    ବିଶେଷ କରି ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନେ ଖୁବ ଶୀଘ୍ର ଥଣ୍ଡା, ଜ୍ୱର, କାଶ ଆଦିରେ ଆକ୍ରାନ୍ତ ହୋଇଥାଆନ୍ତି।
    ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିବା ପାଇଁ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ ସିରେ ଭରପୁର ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ମହୁ, ତୁଳସୀପତ୍ର, ବାଦାମ ଆଦିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ବ୍ୟତୀତ ଅଁଳା, ଘିକୁଆଁରୀ, ଲେମ୍ବୁ ଆଦିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି।

    ଖାଦ୍ୟ ପ୍ରସ୍ତୁତି ଓ ସେବନ ସମୟରେ ସର୍ବଦା ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସତେଜ ପନିପରିବା ସହ ଭୋଜନ ପୂର୍ବରୁ ହାତ ନିଶ୍ଚୟ ଧୁଅନ୍ତୁ। ଶୁଦ୍ଧ ପାନୀୟ ଜଳର ବ୍ୟବହାର କରନ୍ତୁ। ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।
    ଏହି ଦିନରେ ବାହାରେ, ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ।

    ନିୟମିତ କିଛି ପରିମାଣରେ ହଳଦୀର ସେବନ କରନ୍ତୁ। ନିୟମିତ ହଳଦୀର ସେବନ କରିବା ଦ୍ୱାରା ସହଜରେ ଥଣ୍ଡା ,ଜ୍ୱରରେ ଆକ୍ରାନ୍ତ ହୋଇନଥାଆନ୍ତି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ପ୍ରଚୁର ଥିବାରୁ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।
    ସବୁବେଳେ ପାଣି ଫୁଟାଇ ପିଅନ୍ତୁ।

    ସବୁବେଳେ ସତେଜ ଖାଦ୍ୟ ଖାଆନ୍ତୁ। ନଚେତ୍‍ ପ୍ରସ୍ତୁତ ଖାଦ୍ୟକୁ ଗରମ କରି ଖାଆନ୍ତୁ। ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ। ବାସି ଖାଦ୍ୟ ସେବନରୁ ଦୂରେଇ ରୁହନ୍ତୁ। ଶୁଦ୍ଧ ପାଣି ପିଇବା ସହ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଭଲ ପାଣିର ବ୍ୟବହାର କରନ୍ତୁ। ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।
    ଘର ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଶୋଇବା ବେଳେ ମଶାରୀ ଟାଣନ୍ତୁ, ଛୋଟ ପିଲାଙ୍କୁ ପୁରା ହାତ ଓ ଗୋଡ଼ ଘୋଡ଼ାଇ ହେବା ଭଳି ପୋଷାକ ପିନ୍ଧାନ୍ତୁ।

    ବାହାରୁ ଘରକୁ ଫେରିବା ପରେ ଭଲଭାବେ ହାତ-ଗୋଡ଼ ସାବୁନରେ ଧୁଅନ୍ତୁ। ଓଦା ଜୋତା, ମୋଜା କିମ୍ବା ପୋଷାକ ଦେହରେ ବହୁତ ସମୟ ରଖନ୍ତୁ ନାହିଁ, ନଚେତ୍ ଚର୍ମ ଓ ସଂକ୍ରମଣ ରୋଗ ହେବାର ସମ୍ଭାବନା ଅଧିକ ଥାଏ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ