Saturday, October 10, 2026
30.1 C
Odisha

    ଜୁନିୟର ପୁରୁଷ ଏସିଆ କପ୍‌ ହକି ପାଇଁ ଭାରତୀୟ ଦଳ ଘୋଷିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ଚୀନରେ ଚଳିତ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଏଏଚ୍‌ଏଫ ଜୁନିୟର ପୁରୁଷ ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ୧୮ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଓଡ଼ିଆ ଡିଫେଣ୍ଡର ଅନମୋଲ ଏକ୍କା ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦଳରେ ୭ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଗୋଲରକ୍ଷକ ବିବେକ ଲାକ୍ରା, ଡିଫେଣ୍ଡର ଅନମୋଲ ଏକ୍କା, ରୋହିତ କୁଲ୍ଲୁ, ସଞ୍ଜିତ ଏକ୍କା, ମିଡ୍‌ଫିଲଡର ଆଦ୍ରୋହିତ ଏକ୍କା, ଫରୱାର୍ଡ ଆର୍ଯ୍ୟନ ଖେସ ରହିଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଋତିକ ଲାକ୍ରା ରହିଛନ୍ତି। ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ବେଙ୍ଗାଲୁରୁସ୍ଥ ସାଇ କେନ୍ଦ୍ରରେ ମୁଖ୍ୟ ପ୍ରଶିକ୍ଷକ ଫ୍ରେଡେରିକ୍‌ ସୋୟେଜଙ୍କ ତତ୍ତ୍ବାବଧାନରେ ଚାଲିଛି। ଏସିଆ କପ୍‌ ହକି ପ୍ରସ୍ତୁତି ପାଇଁ ଭାରତୀୟ ୨୧ ବର୍ଷରୁ କମ୍‌ ପୁରୁଷ ଦଳ ମାଲେସିଆ ଓ ବେଲଜିୟମ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଛି। ଏସିଆ କପରେ ଦଳ ଭଲ ପ୍ରଦର୍ଶନ ନେଇ ଆମେ ଆଶାବାଦୀ ବୋଲି ପ୍ରଶିକ୍ଷକ ସୋୟେଜ୍‌ କହିଛନ୍ତି।
    ଭାରତୀୟ ଜୁନିୟର ହକି ଦଳ : ବିବେକ ଲାକ୍ରା ଓ କ୍ରୁନାଲ ତିୱାତିଆ(ଉଭୟେ ଗୋଲରକ୍ଷକ), ଅନ୍‌ମୋଲ ଏକ୍କା(ଅଧିନାୟକ), ରୋହିତ କୁଲ୍ଲୁ, ଚିରାଗ ରବୀନ୍ଦର, ଅଶୁ ମୌର୍ଯ୍ୟ, ସଞ୍ଜିତ ତିକୀ, ସୁଖବିନ୍ଦର(ସମସ୍ତେ ଡିଫେଣ୍ଡର), ଆଦ୍ରୋହିତ ଏକ୍କା, ହରପାଲ, ଜିତ୍‌ପାଲ, ମନମିତ ସିଂହ ରାଇ(ସମସ୍ତେ ମିଡ୍‌ଫିଲଡର), ଅଜିତ ଯାଦବ, ପ୍ରଭଦୀପ ସିଂହ, ଗୁରସେବକ ସିଂହ, ଆର୍ଯ୍ୟନ ଖେସ, ଲଭନୂର ସିଂହ(ସମସ୍ତେ ଫରୱାଡ)। ବିକଳ୍ପ ଖେଳାଳି( ଅର୍ଜୁନ ସନ୍ତୋଷ ହରଗୁଡେ ଓ ଋତିକ ଲାକ୍ରା)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ