Friday, October 2, 2026
22.2 C
Odisha

    ବର୍ଷେ ପରେ ଧରା ପଡ଼ିଲା ଅଭିଯୁକ୍ତ ; ଓଲ୍ଡ ଟାଉନରୁ ନାବାଳିକାକୁ କରିଥିଲା ଅପହରଣ

    ଆଗକୁ ପଢନ୍ତୁ

    ବର୍ଷକ ପରେ ଧରା ପଡିଲା ଫେରାର ନାବାଳିକା ଅପହୃତା ଅଭିଯୁକ୍ତ। ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ଗତବର୍ଷ ଅଗଷ୍ଟ ମାସରେ ଓଲ୍ଡଟାଉନ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲା। ଏନେଇ ଥାନାରେ ଅପହରଣ ଅଭିଯୋଗ କରିଥିଲେ ପରିବାର ଲୋକେ। ଘଟଣାର ତଦନ୍ତ କରି ଲିଙ୍ଗରାଜ ଥାନା ପୋଲିସ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କାଳିଆ ବେହେରାକୁ ଗିରଫ କରିଥିଲା। ତେବେ ପୋଲିସ ହେପାଜତରେ ଥିବା ବେଳେ ପାଣି ପିଇବା ନାଁରେ ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଥଲା। ତେବେ ସୋମବାର କାଳିଆ ଘରକୁ ଆସୁଥିବାର ଖବର ପାଇଥିଲା ଲିଙ୍ଗରାଜ ଥାନା ପୋଲିସ। ଆଉ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ତାକୁ ଗିରଫ କରିଥିଲା ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ