Tuesday, September 29, 2026
23.1 C
Odisha

    ବଳଦ ବୋଝେଇ ପିକଅପ୍ ଦୁର୍ଘଟଣାଗ୍ରସ୍ତ, ୭ ବଳଦ ମୃତ

    ଆଗକୁ ପଢନ୍ତୁ

    ଠାକୁରମୁଣ୍ଡା  : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ୫୩ ନଂ ରାଜ୍ୟ ରାଜପଥ ହାଣ୍ଡିଫୁଟା ଛକ ନିକଟରେ ବଳଦ ବୋଝେଇ ପିକଅପ ଦୁର୍ଘଟଣାରେ ୭ଟି ବଳଦ ମୃତ ହୋଇଥିଲା ବେଳେ ୮ ବଳଦ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶଯେ ରାତି ୩ଟା ସମୟରେ ଆନନ୍ଦପୁରରୁ ଠାକୁରମୁଣ୍ଡା ଆଡକୁ ଆସୁଥିବା  ଏକ ବଳଦ ବୋଝେଇ ପିକଅପ ଗାଡ଼ି ମହେନ୍ଦ୍ରା ଭିର (ଓଡି ୨୯କିୟୁ ୭୮୯୧) ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳେ ପୁଲିସ ପେଟ୍ରୋଲିଙ୍ଗ ଗାଡ଼ିକୁ ଦେଖି ଆନନ୍ଦପୁର ପଟକୁ ଫେରିଯିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ହାଣ୍ଡିଫୁଟା ଛକ ନିକଟରେ ଓଲଟି ପଡ଼ିଥିଲା। ଚାଷକାମ ପାଇଁ ଯାଉଥିବା ଶ୍ରମିକ ଚାବିଭାଙ୍ଗି ବଳଦମାନଙ୍କୁ ଉଦ୍ଧାର କରିଥିଲେ।

    ଦୁର୍ଘଟଣା ଖବରପାଇ ଠାକୁରମୁଣ୍ଡା ଥାନା ଅଧିକାରୀ ଶରତ କୁମାର ମାହାଳିକ ଘଟଣା ସ୍ଥଳରେ ପହଞ୍ଚି ପିକଅପ୍ କୁ ଜବତ କରି ଠାକୁରମୁଣ୍ଡା ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି। ଜବତ ୭ ମୃତ ବଳଦକୁ ପଶୁ ଚିକିତ୍ସା ଅଧିକାରୀଙ୍କ ଶବବେବଛେଦ ପରେ ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିଲା। ପିକଅପ୍ ଗାଡ଼ିର ଡ୍ରାଇଭର ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ