Saturday, February 21, 2026
34.5 C
Odisha

    ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ; ଫାଶୀ ପାଇବେ ଅଭିଯୁକ୍ତ

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି କୋର୍ଟ ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା।
    ସୂଚନାମୁତାବକ, ନନ୍ଦ କିଶୋର ଓ ପ୍ରକାଶ ଦେଢ଼ ଲକ୍ଷ ଟଙ୍କା ହଡ଼ପ କରିବା ପାଇଁ ସ୍ବାମୀ, ସ୍ତ୍ରୀ ଓ ୪ ବର୍ଷର ପୁଅକୁ ବୀଭତ୍ସ ହତ୍ୟା କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲା ବିଚାରଧୀନ ଥିଲା। କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    15 %
    2.3kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ