Monday, March 16, 2026
24.8 C
Odisha

    ବାଂଲାଦେଶକୁ ଧମକ ଦେଲେ ଆଦାନୀ

    ଆଗକୁ ପଢନ୍ତୁ

    ବକେୟା ରାଶି ପୈଠ କରିବାରେ ବିଳମ୍ବ ଯୋଗୁ ଆଦାନୀ ପାୱାର ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ରୋକିବାକୁ ନୋଟିସ୍ ଦେଇଛି। ଏଥି ପାଇଁ କମ୍ପାନୀ ବାଂଲାଦେଶକୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି। ଯଦି ଏହି ଦିନ ସୁଧା ବକେୟା ବିଦ୍ୟୁତ ଦେୟ ପୈଠ ନ କରାଯାଏ ତେବେ ବାଂଲାଦେଶକୁ ଆଦାନୀ ପାୱାର ବିଦ୍ୟୁତ ଯୋଗାଣ ବନ୍ଦ କରିଦେବ। ଆଦାନୀ ପାୱାର ଅନୁସାରେ ବାଂଲାଦେଶ ଉପରେ ପାଖାପାଖି ୮୫୦ ମିଲିୟନ ଡଲାର ଅର୍ଥାତ ୭,୨୦୦ କୋଟି ଟଙ୍କା ବିଦ୍ୟୁତ ବିଲ ବାକି ଅଛି। ବକେୟା ବିଦ୍ୟୁତ ବିଲ ଆଦାୟ ହୋଇ ପାରୁ ନଥିବାରୁ ଆଦାନୀ ପାୱାର ଗତ ଗୁରୁବାର ଠାରୁ ବାଂଲାଦେଶକୁ ଯୋଗାଇ ଦିଆଯାଉଥିବା ବିଦ୍ୟୁତ ସପ୍ଲାଇର ୫୦ ପ୍ରତିଶତ ହ୍ରାସ କରିଦେଇଛି। ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ (ବିପିଡିବି)କୁ ପ୍ରଥମେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବକେୟା ରାଶି ପୈଠ କରିବାକୁ ଓ ୧୭୦ ମିଲିୟନ ଡଲାର (ପାଖାପାଖି ୧,୫୦୦ କୋଟି ଟଙ୍କା)ର ଲେଟର ଅଫ କ୍ରେଡିଟ (ଏଲସି) ଜାରି କରିବାକୁ କୁହାଯାଇଥିଲା। ସେହି ଅନୁସାରେ ବିପିଡିବି କୃଷି ବ୍ୟାଙ୍କ ମାଧ୍ୟମରେ ଏଲସି ଜାରି କରିବାକୁ ଉଦ୍ୟମ କରିଥିଲା। ହେଲେ ଏହା ବିଦ୍ୟୁତ କ୍ରୟ ବୁଝାମଣାର ସର୍ତ୍ତ ଅନୁରୂପ ନଥିଲା।

    ସୂଚନା ଅନୁସାରେ ବାଂଲାଦେଶ ନିକଟରେ ଡଲାର ଅଭାବ ଯୋଗୁ ଏପରି ସମସ୍ୟା ଉପୁଜିଛି। ଟାଇମସ୍ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଆଦାନୀ ପାୱାର ଝାଡ଼ଖଣ୍ଡ ୩୧ ଅକ୍ଟୋବରଠାରୁ ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ହ୍ରାସ କରିଛି। ଫଳରେ ପ୍ରଥମରୁ ସଂକଟର ସାମ୍ନା କରୁଥିବା ବାଂଲାଦେଶର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଦୋହଲି ଯାଇଛି। ପାୱାରଗ୍ରିଡ ବାଂଲାଦେଶ (ପିଜିବି) ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ଆଦାନୀଙ୍କ ଗୋଡ୍ଡାସ୍ଥିତ ପ୍ଲାଣ୍ଟ ୧,୪୯୬ ମେଗାୱାଟର ସ୍ଥାପିତ କ୍ଷମତା ତୁଳନାରେ ମାତ୍ର ୭୨୪ ମେଗାୱାଟ ବିଦ୍ୟୁତ ଯୋଗାଣ କରୁଛି। ଆଦାନୀ ପାୱାର ଝାଡଖଣ୍ଡରୁ ବାଂଲାଦେଶକୁ ସବୁଠୁ ଅଧିକ ବିଦ୍ୟୁତ ଯୋଗାଇ ଦେଉଛି। ଏହା ପଛାକୁ ପାୟରା, ରାମପାଲ ଓ ଏସଏସ ପାୱାର ପ୍ଲାଣ୍ଟସ୍ ବାଂଲାଦେଶକୁ ବିଦ୍ୟୁତ ଯୋଗାଣ କରୁଛନ୍ତି। ରାମପାଲ ଓ ଏସଏସ ପାୱାର ପ୍ଲାଣ୍ଟ ପ୍ରଥମରୁ କୋଇଲା ଅଭାବ ଯୋଗୁ ଅଧା କ୍ଷମତାରେ କାମ କରୁଛନ୍ତି। ଉଦ୍ୟୋଗ ସୂତ୍ର ଅନୁସାରେ ବାଂଲାଦେଶ ଆର୍ଥିକ ସଂକଟ କାରଣରୁ ପାୱାର ପ୍ଲାଣ୍ଟ ମାନଙ୍କର ଇନ୍ଧନ କ୍ରୟ କରିବା ହ୍ରାସ କରିଛି। ଏହି ପ୍ରସଙ୍ଗରେ ଆଦାନୀ ପାୱାର କୌଣସି ଟିପ୍ପଣୀ କରି ନାହାନ୍ତି। କମ୍ପାନୀର ବରିଷ୍ଠ ଅଧିକାରୀମାନେ ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    53 %
    4kmh
    83 %
    Mon
    29 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ