Saturday, March 21, 2026
27.7 C
Odisha

    ବାଂଲାଦେଶକୁ ହରାଇ ଭାରତ ଟି୨୦ ସିରିଜ ବିଜୟୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୧ ରନ କରିଥିବାବେଳେ ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହିଥିଲା। କେବଳ ମହମୁଦୁଲ୍ଲାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟର ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ।
    ମହମୁଦୁଲ୍ଲା ୩ ଛକା ସହାୟତାରେ ୪୧ ରନ କରିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ, ଓ୍ବାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମୟଙ୍କ ଯାଦବ ଓ ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମ ଟି୨୦ ଜିତିଥିବା ଭାରତ ୨-୦ରେ ଅଗ୍ରଣୀ ରହିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଘରୋଇ ମାଟିରେ ଭାରତର ଏହା ୧୬ଶ ସିରିଜ ବିଜୟ। ୨୦୧୯ଠାରୁ ଭାରତ ଘରୋଇ ପରିବେଶରେ ଗୋଟିଏ ହେଲେ ଟି୨୦ ସିରିଜ ହାରିନାହିଁ।
    ପୂର୍ବରୁ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିବା ବେଳେ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା ବାଂଲାଦେଶ। ସଞ୍ଜୁ ସାମସନ୍‌(୧୦), ଅଭିଷେକ ଶର୍ମା(୧୫) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧୦) ବିଫଳ ହୋଇଥିବା ବେଳେ ଭାରତ ୪୧ ରନ୍‌ରେ ୩ ଉଇକେଟ ହରାଇଥିଲା। ତେବେ କ୍ୟାରିୟରର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଖେଳୁଥିବା ନୀତୀଶ ଚମତ୍କାର ବ୍ୟାଟିଂ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ