Tuesday, February 10, 2026
15.8 C
Odisha

    ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

    ଆଗକୁ ପଢନ୍ତୁ

    ଢାକା : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି । ରାଜବାଡ଼ି ଜିଲ୍ଲାରେ ଏକ ପେଟ୍ରୋଲ ପମ୍ପରେ ୩୦ ବର୍ଷୀୟ ରିପନ ଶାହା ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ପେଟ୍ରୋଲ ଭରିବା ପରେ ପଇସା ନ ଦେଇ ପଳାଇଯାଉଥିବା ଏକ ଏସ୍‌ୟୁଭିକୁ ସେ ରୋକିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏସ୍‌ୟୁଭି ଡ୍ରାଇଭର ଜାଣିଶୁଣି ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଦେବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ ଦେଇଥିବା ସୂଚନା ଅନୁସାରେ ଶୁକ୍ରବାର ଭୋର ୪.୩୦ରେ ଏହି ଘଟଣା ଘଟିଥିଲା । ଏକ କଳା ଏସ୍‌ୟୁଭି ଗାଡ଼ି ପେଟ୍ରୋଲ ପମ୍ପକୁ ଆସିଥିଲା ଓ ପାଖାପାଖି ୫,୦୦୦ ଟଙ୍କାର ପେଟ୍ରୋଲ ଭରିଥିଲା । କିନ୍ତୁ ଡ୍ରାଇଭର ପଇସା ନଦେଇ ପଳାଇଯାଉଥିଲେ । ରୋକିବା ଫଳରେ ସେ ରିପନଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ । ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ବୋଲି ପୁଲିସ କହିଛି । ପୁଲିସ ଏହାପରେ ଗାଡ଼ି ଜବତ କରିବା ସହ ଏସ୍‌ୟୁଭି ଡ୍ରାଇଭର ଅବୁଲ ହାସୋମ ଓ ଡ୍ରାଇଭର କମାଲ ହୁସେନଙ୍କୁ ଗିରଫ କରିଛି । ଅବୁଲ ହାସେମ ଜଣେ ଠିକାଦାର ଓ ସେ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନ୍‌ପି)ର ରାଜବାଡ଼ି ଜିଲ୍ଳାର ପୂର୍ବତନ କୋଷଧ୍ୟକ୍ଷ ଓ ଜିଲ୍ଲା ଯୁବ ଦଳର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    49 %
    2.1kmh
    5 %
    Mon
    16 °
    Tue
    31 °
    Wed
    32 °
    Thu
    33 °
    Fri
    33 °

    ସମ୍ବନ୍ଧିତ