Wednesday, June 11, 2025
31.8 C
Odisha

ବାଂଲାଦେଶ ଅସୁରକ୍ଷିତ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦିଆଯାଉ

ଆଗକୁ ପଢନ୍ତୁ

ବାଗେଶ୍ବର ଧାମ ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ବାଂଲାଦେଶ ଏବଂ ସେଠାରେ ଥିବା ହିନ୍ଦୁଙ୍କ ପରିସ୍ଥିତି ସମ୍ପର୍କରେ ଭାରତ ସରକାରଙ୍କୁ ଏକ ବଡ଼ ଅପିଲ କରିଛନ୍ତି । ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ ବର୍ତ୍ତମାନ ସେଠାରେ ଥିବା ସଂଖ୍ୟାଲଘୁଙ୍କ ଉପରେ ସବୁଠୁ ବଡ ବିପଦ ଦେଖାଦେଇଛି । ଖବର ଅନୁଯାୟୀ, ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ଘର ଏବଂ ମନ୍ଦିର ଉପରେ ହେଉଥିବା ଆକ୍ରମଣ ହେଉଛି । ଏନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ବାଗେଶ୍ୱର ଧାମ ସରକାର ଧିରେନ୍ଦ୍ର ଶାସ୍ତ୍ରୀ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, ବାଂଲାଦେଶରେ ବାସ କରୁଥିବା ହିନ୍ଦୁମାନଙ୍କ ପାଇଁ ସରକାର ବିଶେଷ ହୃଦୟ ସହିତ ଭାରତକୁ ଆସିବାକୁ ଅନୁମତି ଦେବା ଉଚିତ୍ । ନଚେତ୍ ଅତ୍ୟାଚାରରେ ଶିକାର ହେଉଥିବା ସେହି ଲୋକମାନେ କୁଆଡେ ଯିବେ । ସେ କହିଛନ୍ତି ଯେ ବାଂଲାଦେଶରେ ପରିସ୍ଥିତି ଦେଖି ସେ ଦୁଃଖିତ, ସେଠାରେ ବିଶୃଙ୍ଖଳା ଏବଂ ପଥର ଫିଙ୍ଗାଚାଲିଛି । ସେ ବାଂଲାଦେଶରେ ଶାନ୍ତି ପାଇଁ କାମନା କରିଛନ୍ତି । ଏନେଇ ସେ ତାଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଏକ ବାର୍ତ୍ତା ଜାରି କରିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
31.8 ° C
31.8 °
31.8 °
51 %
3.4kmh
95 %
Wed
31 °
Thu
35 °
Fri
38 °
Sat
38 °
Sun
39 °

ସମ୍ବନ୍ଧିତ