Tuesday, April 14, 2026
28.7 C
Odisha

    ସମ୍ପନ୍ନ ହେଲା ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଆବାହନୀ ପୂଜା

    ଆଗକୁ ପଢନ୍ତୁ

    ତାଳଚେର : ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଲା ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆବାହନୀ ପୂଜା । ବାର୍ଷିକ ଯାତ୍ରା ଉତ୍ସବର ନଅ ଦିନ ପୂର୍ବରୁ ଆବାହନୀ ପୂଜା ବା ଜନ୍ତାଳ ପୂଜା ଭାବେ ପ୍ରସିଦ୍ଧ ଏହି ପୂଜା ଆଜି ଯଥା ରୀତି ସମ୍ପନ୍ନ ହୋଇଛି । ମା ହିଙ୍ଗୁଳାଙ୍କ ପାର୍ଶ୍ଵ ଦେବୀ ଭାବେ ପ୍ରସିଦ୍ଧ କୁଟେଇ ଶୁଣୀଙ୍କ ପୀଠରେ ଏହି ପୂଜା କରାଯାଇଥିଲା । ବିଧି ପୂର୍ବକ ଦିଅଁ ଘରୁ ଆଲମ ଅଣାଯାଇ ପତିଆରଙ୍କୁ ଡକାଯାଇ ପୂଜା କରାଯାଇଥିଲା ।

    ମା କାଳିଶି ରୂପେ ବିଜେ ହୋଇ ଉଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଏଥିପାଇଁ ପତିଆରଙ୍କୁ ଦେହୁରି ମାନେ ଘିଅ , ମହୁ , ଗୁଡ , ଝୁଣା ଓ ଧୂପ ଆଦି ଦେଇ ମାଜଣା କରାଇଥିଲେ । ପରେ ପତିଆରଙ୍କ ଦେହରେ କାଳୀସି ଆସିବା ପରେ ମନ୍ଦିରର ମୁଖ୍ୟ ପୂଜକ ଉଭାସ୍ଥଳୀର ଦିଗ ନିର୍ଣ୍ଣୟ ପାଇଁ ପଚାରିଥାନ୍ତି । ପରେ ଅଧ ରାତ୍ରିରେ ମୁଖ୍ୟ ପୂଜକ ସେହି ଦିଗରେ ଯାଇ ମା ହିଙ୍ଗୁଳାଙ୍କୁ ଅଗ୍ନି ରୂପରେ ଦର୍ଶନ କରି ସ୍ଥାପନା କରାଇଥାନ୍ତି ।

    ଜନ୍ତାଳ ପୂଜା ରାତିରେ ମା ନିଜେ ଉଭା ସ୍ଥଳୀରେ ଅଗ୍ନି ରୂପରେ ପ୍ରକଟ ହୁଅନ୍ତି । ଗତବର୍ଷ ତାଳଚେର ରାଜାଙ୍କ ଦେହାନ୍ତ ପରେ, ଚଳିତ ବର୍ଷ ନୂତନ ରାଜାଙ୍କ ରାଜ୍ୟାଭିଷେକ କରି ମାଙ୍କଠାରେ ପାଟ ବରଣୀ କରାଯାଇଥିଲା । ଏଥିରେ ମାଆଙ୍କର ନୂତନ ପାଟ ସହ ଆଭୂଷଣ ଆଦି ଲାଗି କରାଯାଇ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଆସନ୍ତା ୩୧ ତାରିଖରୁ ମାଙ୍କର ପ୍ରସିଦ୍ଧ ଯାତ୍ରା ଆରମ୍ଭ ହେବ। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ଜନ୍ତାଳ ପୂଜା ଦେଖିବାକୁ ଭକ୍ତ ମାନଙ୍କର ସୁଅ ଛୁଟି ଥିଲା । ସମସ୍ତ ଶ୍ରଦ୍ଧାଳୁ ମାଙ୍କୁ ପଣା ପାଣି ଦେଇ ଆବାହନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    53 %
    2.5kmh
    0 %
    Tue
    29 °
    Wed
    42 °
    Thu
    44 °
    Fri
    43 °
    Sat
    44 °

    ସମ୍ବନ୍ଧିତ