Tuesday, September 15, 2026
24 C
Odisha

    ବାଙ୍କୀରେ ଗୋଟିକିଆ ଦନ୍ତା ଆତଙ୍କ, ଭୟରେ ଲୋକେ

    ଆଗକୁ ପଢନ୍ତୁ

    ବାଙ୍କୀ  : ବାଙ୍କୀ ପାଥପୁରରେ ବୁଲୁଛି ଗୋଟିକିଆ ଦନ୍ତା । ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ହାତୀ ପଲ ଆସିଥିଲେ । ପାଥପୁର ଠାରେ ବୁଲି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲେ । ଫସଲ ନଷ୍ଟ ହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

    ପରେ ହାତୀପଲ ଧାନ ଜମିରେ ପାଣି ଭିତରକୁ ପଶି ପୁଣି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଆଡ଼କୁ ଫେରିଯାଇଥିଲେ । କିନ୍ତୁ ଗୋଟିଏ ଦନ୍ତା ହାତୀ ଦଳଠାରୁ ଅଲଗା ହୋଇଯାଇଥିଲା । ଏହି ଦନ୍ତା କଟକ-ବାଙ୍କୀ ମୁଖ୍ୟ ରାସ୍ତା ପାର ହେବା ସମୟରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା । ହାତୀ ଭୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଥିଲେ ଏବଂ ପରିସ୍ଥିତିକୁ ନେଇ ଆତଙ୍କ ଦେଖାଦେଇଥିଲା । ଏବେ ହାତୀଟି ଗାଁ ଠାରୁ ଦୂରରେ ରହିଛି ।

    ଅନ୍ୟପଟେ ଦନ୍ତା ହାତୀଟି ଖୁବ୍ ଶୀଘ୍ର ଅଭୟାରଣ୍ୟକୁ ଫେରି ଯିବ ବୋଲି ଡମପଡ଼ା ରେଞ୍ଜର ସୂଚନା ଦେଇଛନ୍ତି । ଏଥିସହ ବନ ବିଭାଗର କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିବା ସହ ଏପରି ସ୍ଥିତିରେ ବନ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ