Tuesday, April 7, 2026
24.1 C
Odisha

    ବାତ୍ୟା ‘ଦାନା’ର ସୃଷ୍ଟି ହୋଇନି ଆଖି ; IMD ଡିଜି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୁଳରେ ଜୁଆର ଆସିବ । ଉକ୍ତ ୩ ଜିଲ୍ଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ। ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ ବୋଲି ଆକଳନ କରାଯାଉଛି। ଏବେ ପାରାଦୀପ ଠାରୁ ୨୦୦ କିମି ଦୂରରେ ରହିଛି ବାତ୍ୟା। ୩ ଜିଲ୍ଲାରେ ବେଶୀ ପବନ ହେବ। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ବେଶୀ ପବନ ହେବ। ଉକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ। ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି। ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ବାତ୍ୟା ଭୀଷଣ ବାତ୍ୟାରେ ସୀମିତଥିବାରୁ ଆଖି ହୋଇ ନାହିଁ। ବର୍ତ୍ତମାନ ଅବସ୍ଥାରେ ବାତ୍ୟାର ତୀବ୍ରତା ରହିବ। ଆଉ ବଢିବନି। ଲ୍ୟାଣ୍ଡଫଲ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ। ଲ୍ୟାଣ୍ଡଫଲର ପରେ ବାତ୍ୟା ପଶ୍ଚିମ- ଉତ୍ତର ପଶ୍ଚମିକୁ ଗତି କରିବ। ଲ୍ୟାଣ୍ଡଫଲ ପରେ ବର୍ଷାର ପରିମାଣ ଅଧିକ ରହିବ। ୨୪ ଓ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ। କିଛି ଜାଗାରେ ଅତି ଭୀଷଣ ବର୍ଷା ମଧ୍ୟ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ