Tuesday, October 22, 2024
21.2 C
Odisha

    ବାତ୍ୟା ‘ଦାନା’ ମୁକାବିଲା: ଲକ୍ଷ୍ୟ ଜିରୋ କାଜୁଆଲିଟି, ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସବୁ ବିଭାଗ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ସ୍ବାସ୍ଥ୍ୟ ବିଭାଗ ତୟାର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଗୁଆ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି। ପୋଜିସନ ନେଲେଣି ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ। ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟ କରିବେ ସରକାର। ଲକ୍ଷ୍ୟ ଜିରୋ କାଜୁଆଲିଟି । ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କ ସମୀକ୍ଷା କରିଛନ୍ତି । ଲକ୍ଷ୍ୟ ଜିରୋ କାଜୁଆଲିଟି । ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, ଭୟଭୀତ ହୁଅନ୍ତୁନି। ଜିରୋ କାଜୁଆଲିଟି ଆମ ମିଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ସୂଚନା ମିଳିବା ଦିନରୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ସରକାର ୨୪ ଘଣ୍ଟିଆ କାର୍ଯ୍ୟ କରିବେ । ଜିଲ୍ଲାପାଳମାନେ କଣ କରିବେ, ସେ ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ। ଘରେ ପାଣି ପହଞ୍ଚିବା ପୂର୍ବରୁ ଲୋକେ ଆଶ୍ରୟସ୍ଥଳୀରେ ପହଞ୍ଚିବେ । ସବୁ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ ପୋଜିସନ ନେଇ ସାରିଲେଣି । ରନ୍ଧାଖାଦ୍ୟ ଦେବାକୁ ଏଜେନ୍ସୀ ଗୁଡ଼ିକର ପ୍ରସ୍ତୁତି ସରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    79 %
    1.3kmh
    5 %
    Mon
    21 °
    Tue
    29 °
    Wed
    29 °
    Thu
    27 °
    Fri
    29 °

    ସମ୍ବନ୍ଧିତ