Monday, April 6, 2026
31.8 C
Odisha

    ବାତ୍ୟା ‘ଦାନା’ ଯୋଗୁଁ ୬୦୦ କୋଟିର କ୍ଷତି; ରାଜସ୍ୱ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବାତ୍ୟା ଦାନାରେ ଘଟିିଥିବା କ୍ଷୟକ୍ଷତିର ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି କ୍ଷୟକ୍ଷତିର ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬୦୦ କୋଟି ହୋଇଛି ବୋଲି କୁହାଯାଇଛି। ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି। ପଞ୍ଚାୟତିରାଜ ବିଭାଗ ଛଡା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିସାରିଛି। ସଂଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିବା ପରେ ଚୂଡାନ୍ତ ହିସାବ ହେବ ବୋଲି କୁହାଯାଇଛି। ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି। ୧୧,୬୩୭ ଗାଁର ୪୧ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ମୋଟ ୧୬,୪୧୭ ଘର ପ୍ରଭାବିତ ହୋଇଛି, ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଛି ବୋଲି ମନ୍ତ୍ରୀ ସୂଚନା ଜାରି କରିଛନ୍ତି। ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଚୂଡାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ। ଚୂଡାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ। କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ