Saturday, May 9, 2026
35 C
Odisha

    ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତ୍ତନରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏହି ଘୂର୍ଣ୍ଣିବଳୟ । ଏନେଇ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଅବଶ୍ୟ ଏହି ଘୂର୍ଣ୍ଣିବଳୟ କେବେ ଘନୀଭୂତ ହେବ ଏହା ପରେ ସ୍ପଷ୍ଟ ହେବ । ତଥାପି ଏହା ୧୦/୧୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ରାଜ୍ୟରେ ଏବେ ଟ୍ରାପ ଲାଇନ ପ୍ରଭାବ ରହିଛି । ଏହାର ପ୍ରଭାବ ୧୧ ତାରିଖ ପର୍ଯ୍ୟନ୍ତ ରହିବ । ଏହାପରେ ଏହି ଘୂର୍ଣ୍ଣିବଳୟର ଦିଗ ଜଣାପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35 ° C
    35 °
    35 °
    29 %
    1.8kmh
    2 %
    Sat
    38 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ