Saturday, May 9, 2026
35 C
Odisha

    ଏହି ସ୍ଥାନରେ ତପସ୍ୟା କରିଥିଲେ ମହାଦେବ, ଜାଣନ୍ତୁ କେଉଁଠି ରହିଛି ମନ୍ଦିର

    ଆଗକୁ ପଢନ୍ତୁ

    ଭାରତରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ଯେଉଁ ମନ୍ଦିରଗୁଡ଼ିକ ନିଜର ଚତ୍ମକାରିତା ଏବଂ କାରୁକାର୍ୟ୍ୟ ପାଇଁ ବେଶ ଜଣା ଯାଏ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ଶିବ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଠି ନିଜେ ଶିବ ତପସ୍ୟା କରିଥିଲେ । ଏହି ମନ୍ଦିର କର୍ଣ୍ଣାଟକର ଘଞ୍ଚ ଜଙ୍ଗଲରେ ଅବସ୍ଥିତ । ଏହା ଏପରି ଏକ ରହସ୍ୟମୟ ମନ୍ଦିର, ଯାହାକୁ ଦେଖିଲେ ଆପଣଙ୍କୁ ଅନୁଭବ ହେବ ଯେପରି ଭଗବାନ ଶିବ ସେଇଠାରେ ହିଁ ଅଛନ୍ତି ।

    କର୍ଣ୍ଣାଟକର ମୁଦୁର ଗାଁରେ ଏକ ଗୁମ୍ଫା ମଧ୍ୟରେ ଅବସ୍ଥିତ ଶ୍ରୀ କେଶବନାଥେଶ୍ୱର ମନ୍ଦିର । ଏହି ଚମତ୍କାର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । କର୍ଣ୍ଣାଟକରୁ ୫୦ କିଲୋମିଟର ଦୂରରେ କୁଣ୍ଡାପୁରାରେ ଅବସ୍ଥିତ ମୁଦୁର ଗାଁ । ଏହି ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଶ୍ରୀ କେଶବନାଥେଶ୍ୱର ମନ୍ଦିର । ଜଳପ୍ରପାତ ପାର ହୋଇ ଗଲେ ଏକ ଗୁମ୍ଫା ଭିତରେ ଭଗବାନ ଶିବଙ୍କ ଏହି ଶ୍ରୀ କେଶବନାଥେଶ୍ୱର ମନ୍ଦିର ରହିଛି ।

    ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଭଗବାନ ଶିବ ସ୍ୱୟଂ ଏଠାରେ ଅବତାର ଗ୍ରହଣ କରିଥିଲେ ଏବଂ ଏହି ଗୁମ୍ଫାରେ ତପସ୍ୟା କରିଥିଲେ । ମନ୍ଦିରରେ ସର୍ବଦା ଜଣେ ପୁରୋହିତ ଉପସ୍ଥିତ ରହି ଭଗବାନ ଶିବଙ୍କ ପୂଜା କରନ୍ତି । ଏହାକୁ ଦକ୍ଷିଣ ଭାରତର ସବୁଠାରୁ ପୁରୁଣା ଶିବ ମନ୍ଦିର ମଧ୍ୟରୁ ଗୋଟିଏ ବୋଲି ବିଶ୍ବାସ କରାଯାଏ । କିନ୍ତୁ ମନ୍ଦିରକୁ ଯିବା ପାଇଁ ଭଲ ରାସ୍ତା ନାହିଁ । ଭଗବାନ ଶିବଙ୍କ ଦର୍ଶନ ପାଇଁ ଲୋକେ ଘଞ୍ଚ ଜଙ୍ଗଲ ପାର ହୋଇ ଏହି ମନ୍ଦିରରେ ପହଞ୍ଚିଥାନ୍ତି ।

    ଗୁମ୍ଫା ବାହାରେ କୌଣସି ମନ୍ଦିର ନାହିଁ, କିନ୍ତୁ ଗୁମ୍ଫା ଭିତରେ ରହିଛି ଗର୍ଭଗୃହ । ବର୍ଷର ଅଧିକାଂଶ ସମୟରେ ମନ୍ଦିରର ଗର୍ଭଗୃହ ଭିତରେ ପାଣି ପଶିଯାଏ । ବର୍ଷାଦିନେ ଅଧିକାଂଶ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଉଥିବା କଥା ତ ଅନେକ ଥର ଶୁଣିଥିବେ କିନ୍ତୁ ଏହି ମନ୍ଦିରରେ ଗ୍ରୀଷ୍ମ ଋତୁରେ ବି ପାଣି ଶୁଖେ ନାହିଁ । ତେଣୁ ଭକ୍ତମାନେ ପାଣିକୁ ଚମତ୍କାର ବୋଲି ବିଶ୍ବାସ କରନ୍ତି ।

    ବହୁ କଷ୍ଟରେ ଗୁମ୍ଫା ଭିତରେ ପ୍ରବେଶ କରି ମହାଦେବଙ୍କ ଦର୍ଶନ କରନ୍ତି ଭକ୍ତ । ଗୁମ୍ଫା ନିକଟରେ ଏକ ଛୋଟ ପୋଖରୀ ଅଛି, ଯାହା ରଙ୍ଗୀନ ମାଛରେ ପରିପୂର୍ଣ୍ଣ । ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ବାବାଙ୍କୁ ଦର୍ଶନ କରିବା ପରେ ମାଛମାନଙ୍କୁ ଦାନା ଖାଇବାକୁ ଦିଅନ୍ତି । ମନ୍ଦିର ବାହାରେ ଥିବା ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ମନ୍ଦିରରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ବେଲକାଲ ତୀର୍ଥ ଜଳପ୍ରପାତ । ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସନ୍ତି । ମହାଦେବଙ୍କ ମହିମା ଅପାର ।  ଏହି ଶୈବ ପୀଠକୁ ଯିବାକୁ ଭଲ ରାସ୍ତା ନଥିଲେ ବି ଭକ୍ତମାନେ ଏଠାକୁ ଟାଣି ହୋଇଆସନ୍ତି । ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଦୂର ଦୂରାନ୍ତରରୁ ଭକ୍ତମାନଙ୍କ ସୁଅ ଛୁଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35 ° C
    35 °
    35 °
    29 %
    1.8kmh
    2 %
    Sat
    38 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ