Wednesday, December 25, 2024
18.1 C
Odisha

    ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

    ଆଗକୁ ପଢନ୍ତୁ

    ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ସମେତ ସାହି ବସ୍ତି ଜଳମଗ୍ନ ହୋଇଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି। ଜଳ ନିଷ୍କାସନ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘର ଭିତରେ ଶୁକ୍ରବାର ସନ୍ଧ୍ୟାରେ ପାଣି ପଶିଛି। ସହରର ଜଗନ୍ନାଥପୁର, ମହତାବ ନଗର, ଧରିତ୍ରୀ ନଗର, ଚରମ୍ପା, ଆଚାର୍ଯ୍ୟ ନଗର ରାସ୍ତା ଜଳାର୍ନବ ହୋଇଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ ରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ଲହଡି ମାରୁଛି।ସେହିପରି ଜିଲାର ୭ ବ୍ଲକରେ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତା ଜଳାର୍ଣ୍ଣବ ହୋଇଛି। ବନ୍ତ ବ୍ଲକର ବାଙ୍କତିରା – ସରମରା ରାସ୍ତାରେ ୩ ଫୁଟ ଉଚ୍ଚରେ ସୁଅ ଚାଲିଛି । ଜଗନ୍ନାଥପୁର -ମୁଣ୍ଡଳୀ ରାସ୍ତା, ଧାନଘର – ନିର୍ମଳପୁର ରାସ୍ତା, ଆଡିଆ – ଜିରିଣା ରାସ୍ତାରେ ପାଣି ସୁଅ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ