Monday, April 6, 2026
31.8 C
Odisha

    ବାତ୍ୟା ବେଳେ ପାୱାର୍‌ କଟ ହେବ କି ନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ଶକ୍ତି ସଚିବ ବଡ଼ ସୂଚନା ଦେଇଛନ୍ତି। ଶକ୍ତି ସଚିବ କହିଛନ୍ତି, ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୧୦ ହଜାର ଷ୍ଟାଫ, ୮ ହଜାର ପୋଲ, ୫୦୦ ଟ୍ରାନ୍ସଫର୍ମର ରହିଛି। ୩୦୦ କିମି କଣ୍ଡକ୍ଟର ଓ କେବୁଲର ବ୍ୟବସ୍ଥା କରାଯାଇଛି।ହସ୍ପିଟାଲରେ ପାଣି ଓ ବିଦ୍ୟୁତ୍‌ ସେବା ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି। ଡିଜେଲ ଜେନେରେଟର ପ୍ରସ୍ତୁତ ରହିଛି ଏବଂ ବଡ଼ ଜେନେରେଟର ଅଣାଯିବ। ଦୁର୍ଘଟଣା ରୋକିବାକୁ ପାୱାର କଟ ମଧ୍ୟ କରାଯିବ। ପବନର ବେଗ ବଢ଼ିଲେ ବି ପାୱାର୍‌ କଟ ହେବ ବୋଲି ଶକ୍ତି ସଚିବ କହିଛନ୍ତି। ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆସନ୍ତାକାଲି ବାତ୍ୟାର ରୂପ ନେବ। ପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ହେବ। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କି.ମି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓ ଉପକୂଳରେ ଆଜି ରାତିଠୁ ପବନର ବେଗ ବଢିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ