Sunday, April 12, 2026
39.2 C
Odisha

    ବାତ୍ୟା ମିଲ୍‌ଟନ: ୬ ମୃତ, ଅନ୍ଧାରରେ ୩୩ ଲକ୍ଷରୁ ଅଧିକ ଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାତ୍ୟା ମିଲ୍‌ଟନ ବୁଧବାର ଆମେରିକାର ଫ୍ଲୋରିଡା ରାଜ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ସହର ସିଏଷ୍ଟା କି’ରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ତୀବ୍ରତା ୧୫୫ ମାଇଲ ପ୍ରତି ଘଣ୍ଟା ଥିବା ନେଇ ଆମେରିକାର ଜାତୀୟ ପାଣିପାଗ ସୂଚନା ଦେଇଛି। ଟାମ୍ପା, ସର୍‌ସୋଟା, ଫୋର୍ଟ ମାୟର୍ସ ଆଦି ଫ୍ଲୋରିଡାର ବହୁ ଜନବହୁଳ ଅଞ୍ଚଳ ଏହି ବାତ୍ୟାରେ ସର୍ବାଧିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ଆମେରିକାର ଜାତୀୟ ବାତ୍ୟା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ବାତ୍ୟାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଫ୍ଲୋରିଡାର ହୋଇଥିବା ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରାୟ ୧.୧ କୋଟି ଲୋକ ବନ୍ୟା ବିପଦ ମଧ୍ୟରେ ରହିଛନ୍ତି। ବାତ୍ୟାରେ ବହୁ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ଫ୍ଲୋରିଡାର ୩୩ ଲକ୍ଷରୁ ଅଧିକ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି। ବାତ୍ୟା ମିଲ୍‌ଟନ ନେଇ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ପ୍ରଭାବିତ ଅଞ୍ଚଳରେ ହଜାରରୁ ଅଧିକ କୋଷ୍ଟ ଗାର୍ଡଙ୍କ ସମେତ ଅନେକ ହଜାର ସଂଖ୍ୟାରେ ରେସ୍କ୍ୟୁ ଟିମ୍‌କୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜନ କରିଛନ୍ତି। ବାତ୍ୟା ମିଲ୍‌ଟନ ପ୍ରଭାବରେ ଫ୍ଲୋରିଡା, ନର୍ଥ କାରୋଲିନା, ଟେନେସି ରାଜ୍ୟର କେତେକ ସ୍ଥାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    8 %
    4kmh
    0 %
    Sun
    38 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ