Thursday, November 19, 2026
17.6 C
Odisha

    ବାତ୍ୟା ମୁକାବିଲା ପାଇଁ ଦୂରସଞ୍ଚାର ବିଭାଗର ବଡ଼ ପଦକ୍ଷେପ, ୬ ଜିଲ୍ଲାରେ ଲାଗୁ ହେବ ICR

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ବାତ୍ୟା ‘ଆକଭାନ୍’ ପାଇଁ ୬ ଜିଲ୍ଲାରେ ସ୍ୱତନ୍ତ୍ର ମୋବାଇଲ୍ ନେଟୱର୍କ ବ୍ୟବସ୍ଥା । ନିଜ କମ୍ପାନୀର ନେଟୱର୍କ ନଥିଲେ ବି ଅନ୍ୟ କମ୍ପାନୀ ନେଟୱର୍କରେ ଚାଲିବ ମୋବାଇଲ୍। ବାତ୍ୟା ‘ଅକଭାନ୍’ ଆଶଙ୍କା ମଧ୍ୟରେ ମୋବାଇଲ୍ ସେବା ଚାଲୁ ରଖିବାକୁ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ଦୂରସଞ୍ଚାର ବିଭାଗ । ଓଡ଼ିଶାର ୬ଟି ଜିଲ୍ଲାରେ ଇଣ୍ଟ୍ରା ସର୍କଲ୍ ରୋମିଂ ବା ICR ସୁବିଧା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ବାତ୍ୟା ସମୟରେ ଗୋଟିଏ କମ୍ପାନୀର ମୋବାଇଲ୍ ନେଟୱର୍କ ଅଚଳ ହେଲେ ଗ୍ରାହକ ଅନ୍ୟ କମ୍ପାନୀର ଉପଲବ୍ଧ ନେଟୱର୍କ ବ୍ୟବହାର କରିପାରିବେ। ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

    ଏଥିପାଇଁ ଏୟାରଟେଲ୍, ବିଏସଏନଏଲ୍, ରିଲାଏନ୍ସ ଜିଓ ଓ ଭୋଡାଫୋନ୍-ଆଇଡିଆକୁ ନିର୍ଦ୍ଦେଶ ଦେଇଛି ଦୂରସଞ୍ଚାର ବିଭାଗ । ନଭେମ୍ବର ୧୯ ତାରିଖ ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡରୁ ନଭେମ୍ବର ୨୦ ତାରିଖ ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ। ତେବେ ଏହା ପୂର୍ବରୁ ନୂଆ ନିର୍ଦ୍ଦେଶ ଆସିଲେ ସେହି ଅନୁସାରେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରେ। ତେବେ କେମିତି କାମ କରିବ ଏହି ବ୍ୟବସ୍ଥା? । ଉଦାହରଣସ୍ବରୂପ ଯଦି ଆପଣଙ୍କ ପାଖରେ ଜିଓ ସିମ୍ ଅଛି । ବାତ୍ୟା ଯୋଗୁଁ ଜିଓ ଟାୱାର ଅଚଳ ହୋଇଗଲା। ଏଭଳି ସ୍ଥିତିରେ ଆପଣଙ୍କ ମୋବାଇଲ୍ ଏୟାରଟେଲ୍ କିମ୍ବା ଅନ୍ୟ ଉପଲବ୍ଧ କମ୍ପାନୀର ନେଟୱର୍କ ସହ ସଂଯୋଗ ହୋଇପାରିବ ।

    ସେହିପରି ଅନ୍ୟ କମ୍ପାନୀର ଗ୍ରାହକମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ଅନ୍ୟ ରାଜ୍ୟରୁ ଆସି ଏହି ୬ଟି ଜିଲ୍ଲାରେ ରହୁଥିବା ମୋବାଇଲ୍ ଗ୍ରାହକଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ । ବାତ୍ୟା ସମୟରେ ପ୍ରବଳ ପବନରେ ମୋବାଇଲ୍ ଟାୱାର କ୍ଷତିଗ୍ରସ୍ତ ହେବା, ବିଦ୍ୟୁତ୍ ସରବରାହ ବନ୍ଦ ହେବା କିମ୍ବା ନେଟୱର୍କ ଉପରେ ଅଧିକ ଚାପ ପଡ଼ିବାର ଆଶଙ୍କା ରହିଛି । ଏଭଳି ସମୟରେ ଲୋକମାନେ ଯେପରି ପରିବାର ସହ ଯୋଗାଯୋଗ କରିପାରିବେ ଏବଂ ଜରୁରୀ ସୂଚନା ପାଇପାରିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏହି ସୁବିଧା ପାଇଁ ଅଞ୍ଚଳରେ ଅତି କମରେ ଗୋଟିଏ କମ୍ପାନୀର ନେଟୱର୍କ ସକ୍ରିୟ ରହିବା ଆବଶ୍ୟକ । ସମସ୍ତ ନେଟୱର୍କ ଅଚଳ ହୋଇଗଲେ ଏହି ବ୍ୟବସ୍ଥା କାମ କରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.6 ° C
    17.6 °
    17.6 °
    93 %
    0.7kmh
    100 %
    Thu
    18 °
    Fri
    20 °
    Sat
    24 °
    Sun
    27 °
    Mon
    28 °

    ସମ୍ବନ୍ଧିତ