Tuesday, March 31, 2026
25.7 C
Odisha

    ବାତ୍ୟା ସମୟରେ ରାଜ୍ୟବାସୀଙ୍କୁ ସବୁ ସାହାଯ୍ୟ କରିବ ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ବିଜେଡି ପ୍ରସ୍ତୁତ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କହିବା ଅନୁସାରେ ବାତ୍ୟା ଯିବା ପର୍ଯ୍ୟନ୍ତ ଦଳର କର୍ମୀ ଶଙ୍ଖ ଭବନରେ ରହିବେ ଓ ଲୋକଙ୍କୁ ସାହାଯ୍ୟ କରିବେ। ଏକାଠି ହୋଇ ବାତ୍ୟାର ସାମ୍ନା କରିବାକୁ ନବୀନ ପଟ୍ଟନାୟକ କହିଛନ୍ତି। ବ୍ୟସ୍ତ ନହେବାକୁ ବି ସେ ପରାମର୍ଶ ଦେଇଛନ୍ତି। ବିଜେଡି ଦୁଇଟି ଫୋନ୍ ନମ୍ଵର ଜାରି କରିଛି । ସମସ୍ୟାରେ ଥିବା କୌଣସି ଲୋକ ଏହି ନମ୍ଵରରେ ଯୋଗାଯୋଗ କଲେ ତୃଣମୂଳସ୍ତରର କର୍ମୀ ଓ ଜନ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ପାଖରେ ପହଞ୍ଚିବ ବିଜେଡି। ପ୍ରଶାସନ ଓ ଲୋକଙ୍କୁ ସହଯୋଗ କରିବାକୁ ନବୀନ ଅପିଲ କରିଛନ୍ତି, ଯେପରି ଲୋକଙ୍କ କ୍ଷତି ନ ହେବ । ଜିରୋ କାଜୁଆଲଟି ଦିଗରେ କାମ ହେବ। ନବୀନ ପଟ୍ଟନାୟକଙ୍କ ସିପାହୀ ଭଳି ସହଯୋଗ କରିବେ ବିଜେଡି କର୍ମୀ ।
    ଏଥିପାଇଁ ବିଜେଡି ଜାରି କରିଛି ହେଲପଲାଇନ୍। ବିଜେଡି ଜାରି କରିଥିବା ହେଲପଲାଇନ୍ ନମ୍ବର ହେଲା 99370 57528, 89843 03534। ବାତ୍ୟା ପରେ ମଧ୍ୟ ଏହି ନମ୍ବର ଅନ୍ ରହିବ। ସେପଟେ ମିଡିଆ ସଂଯୋଜକ ପ୍ରିୟବତ ମାଝୀ କହିଛନ୍ତି, ନବୀନ ପଟ୍ଟନାୟକ ଆଜି ଆହ୍ୱାନ ଦେଇଛନ୍ତି କିପରି ଦାନାକୁ ସାମ୍ନା କରିବା। ତାଙ୍କ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ବିଜେଡି ସରକାରର ମଡେଲକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି। ଆମେ ପ୍ରଶାସନକୁ ସହଯୋଗ କରିବୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ