Thursday, September 19, 2024
23 C
Odisha

    ବାଧିଲା ପୁଅର ଅପକର୍ମ ବିଷ ପିଇଲେ ଦମ୍ପତି, ପତ୍ନୀ ମୃତ

    ଆଗକୁ ପଢନ୍ତୁ

    ସାନଖେମୁଣ୍ଡି: ପୁଅର ଅପକର୍ମ ପାଇଁ ଆତ୍ମହତ୍ୟାର ରାସ୍ତା ବାଛି ନେଲେ ବାପା-ମା’ । ଏଭଳି ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ତଥା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମରେ । ମୃତକ ହେଲେ ଏସ୍‌.ଦମୟନ୍ତୀ ଦୋରା ଏବଂ ଗୁରୁତର ଜଣଙ୍କ ହେଲେ ତାଙ୍କ ସ୍ୱାମୀ ଏସ.ମୁକୁନ୍ଦ ଦୋରା । ମୁକୁନ୍ଦଙ୍କ ପୁଅ ଏସ୍‌. ଲୁଲୁ କୁମାର ଦୋରା ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ଚାକିରି ଦେଇନଥିଲେ । ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ । ଏନେଇ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଲୁଲୁ ନେଇଥିବା ଟଙ୍କା ଫେରାଇ ଦେବି କହି ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଚାଲିଯାଇଥିଲେ । କିନ୍ତୁ ସେ ଲୋକଙ୍କଠାରୁ ନେଇଥିବା ଟଙ୍କା ଫେରାଉ ନଥିଲେ । ଯେଉଁଥିପାଇଁ ଚାକିରି ଆଶାୟୀମାନେ ବାରମ୍ବାର ଲୁଲୁଙ୍କ ଘରକୁ ଆସି ନିରାଶରେ ଫେରି ଯାଉଥିଲେ । ପୁଅର ଏଭଳି କର୍ମ ପାଇଁ ଘରେ ମୁକୁନ୍ଦ ଓ ଦମୟନ୍ତୀ ଅପଦସ୍ତ ହେଉଥିଲେ । ମଙ୍ଗଳବାର ସକାଳେ ସ୍ୱାମୀ-ସ୍ତ୍ରୀ ଚରମ ନିଷ୍ପତ୍ତି ନେବା ସହ ବିଷ ପିଇ ଦେଇଥିଲେ । ବନ୍ଧୁ ବାନ୍ଧବ ଓ ସାହିପଡ଼ିଶା ଜାଣିପାରି ମୁକୁନ୍ଦଙ୍କ ଘରେ ପହଞ୍ଚିଥିଲେ । ସେତେବେଳକୁ ମୁକୁନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କ ପତ୍ନୀ ଦୟମନ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ମୁକୁନ୍ଦଙ୍କୁ ଉଦ୍ଧାର କରି ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପକ୍ଷରେ ଦମୟନ୍ତୀଙ୍କ ମୃତଦେହକୁ ଗାଁ ଶ୍ମଶାନକୁ ନେଇ ଶବ ସଂସ୍କାର ପାଇଁ ଉଦ୍ୟମ ଚାଲିଥିଲା । ସେହି ସମୟରେ ସଦର ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ