Sunday, December 21, 2025
17.9 C
Odisha

    ବାପର ଜୀବନ ନେଇଗଲେ ୨ ପୁଅ

    ଆଗକୁ ପଢନ୍ତୁ

    ବୀମା ଟଙ୍କା ପାଇଁ ଷଡ଼ଯନ୍ତ୍ର । ବାପକୁ ଶେଷ କରିଦେଲେ ଦୁଇ ପୁଅ । ୩ କୋଟି ଟଙ୍କା ହାତେଇବା ପାଇଁ ପ୍ଲାନ୍ ଥିଲା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବୀମା ଟଙ୍କା ଲୋଭରେ ରକ୍ତ ସମ୍ପର୍କ ଭୁଲିଗଲେ ପୁଅ । ଯେଉଁ ବାପ କୋଳେଇ କାଖେଇ ବଡ଼ କରିଥିଲା ସେଇ ବାପାକୁ ମାରିଦେଲେ । ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ସାପକୁ ନେଇ ବାପ ପାଖରେ ଛାଡ଼ିଥିଲେ । ଏମିତିକି ସାପ ଚୋଟ ମାରିବା ପରେ ସାପକୁ ମାରିଦେଇଥିଲେ ଦୁଇ ପୁଅ । କିନ୍ତୁ ପୁଅଙ୍କ ହାବଭାବକୁ ନେଇ ସନ୍ଦେହ କରିଥିଲା ପୋଲିସ । ଆଉ ଶେଷରେ ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

    ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରୁ ଏଭଳି ଏକ ଅପରାଧିକ ମାମଲା ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡିଛି ଯେ ମୃତକଙ୍କ ପୁଅମାନେ ହିଁ ପ୍ରାୟ ୩ କୋଟି ବୀମା ଟଙ୍କା ହଡ଼ପ କରିବା ପାଇଁ ଏହି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ । ପୋଲିସ କହିବା ଅନୁଯାୟୀ, ଏକ ସରକାରୀ ସ୍କୁଲରେ ଲ୍ୟାବ ସହାୟକ ଭାବେ ୫୬ ବର୍ଷୀୟ ଗଣେଶନ କାମ କରୁଥିଲେ । ତେବେ ଅକ୍ଟୋବର ୨୨ ତାରିଖରେ ତାଙ୍କୁ ଘରେ ଏକ ସାପ କାମୁଡ଼ିଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ସତ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ତଦନ୍ତରେ ଏହାକୁ ସାଧାରଣ ସାପ କାମୁଡ଼ାଜନିତ ମୃତ୍ୟୁ ବୋଲି କୁହାଯାଇଥିଲା, ଯାହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା ।

    କିନ୍ତୁ ତଦନ୍ତ ସମୟରେ ବାହାରିଲା ଅନେକ ତଥ୍ୟ, ଯାହାକୁ ନେଇ ପୋଲିସ ଗଣେଶନଙ୍କ ଦୁଇ ପୁଅଙ୍କୁ ସନ୍ଦେହ ଘେରକୁ ଆଣିଥିଲା ।  ସାଧାରଣତଃ କାହାକୁ ବି ସାପ କାମୁଡ଼ିଲେ, ତୁରନ୍ତ ପୀଡିତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥାଏ । କିନ୍ତୁ ଏହି ମାମଲାରେ ଗଣେଶନଙ୍କ ପୁଅମାନେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରିବର୍ତ୍ତେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିଥିଲେ ।

    କଥା ଏତିକିରେ ସରି ନଥିଲା , ହସ୍ପିଟାଲରେ ଗଣେଶନଙ୍କ ମୃତ୍ୟୁ ଘୋଷଣା ହେବାର ୧୫-୨୦ ମିନିଟ୍ ପରେ, ମୃତକଙ୍କ ପୁଅମାନେ ବୀମା କମ୍ପାନୀ ସହିତ ଯୋଗାଯୋଗ କରିଥିଲେ । ଏନେଇ ପୋଲିସ ଅଧିକ ସନ୍ଦେହ କରିବାକୁ ଲାଗିଲା । ଏହା ପରେ, ଡିଏସ୍ପି ଜୟଶ୍ରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍ (SIT) ଗଠନ କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଲା ଯେ ଗଣେଶନଙ୍କ ନାମରେ ବିଭିନ୍ନ ବୀମା କମ୍ପାନୀରୁ ୧୧ଟି ପଲିସି ଥିଲା । ଯେଉଁଥିରୁ ଚାରିଟି ବୀମା ପଲିସିରେ ମୋଟ ବୀମା ରାଶି ପ୍ରାୟ ୩ କୋଟି ଥିଲା । SIT ଡକ୍ୟୁମେଣ୍ଟ, କଲ୍ ଡିଟେଲ୍ସ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରିବା ପରେ ପୁଅମାନଙ୍କ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲା ପୋଲିସ ।

    ପୋଲିସ କହିବା ଅନୁଯାୟୀ, ଗଣେଶନଙ୍କ ଦୁଇ ପୁଅ ମୋହନରାଜ ଏବଂ ହରିହରନ ପୂର୍ବରୁ ମଧ୍ୟ ସାଙ୍ଗମାନଙ୍କ ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲେ, କିନ୍ତୁ ସେମାନେ ବଞ୍ଚି ଯାଇଥିଲେ । ତେବେ ଏଥର ଅଭିଯୁକ୍ତମାନେ ଏକ ବିଷାକ୍ତ ସାପ ଆଣି ନିଜ ବାପ ପାଖରେ ଛାଡ଼ି ଦେଇଥିଲେ । ସାପଟି ଗଣେଶନ୍ ଙ୍କ ବେକକୁ କାମୁଡ଼ିଥିଲା । ସେପଟେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ସାପକୁ ପିଟି ପିଟି ମାରିଥିଲେ ଦୁଇ ପୁଅ । ଘଟଣାରେ ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    45 %
    1.5kmh
    74 %
    Sun
    17 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ